ETV Bharat / city

Odisha State Cabinet: 3 ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟର ମୋହର - ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟର ମୋହର

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ (Jal Jeevan Mission) ଜରିଆରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

Odisha State cabinet: 3 ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟର ମୋହର

author img

By

Published : Aug 12, 2022, 10:46 PM IST

ଭୁବନେଶ୍ବର: ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ (Jal Jeevan Mission) ଜରିଆରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ରାପଡା, ଢେଙ୍କାନାଳ ଓ ବାଲେଶ୍ଵର ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । କ୍ୟାବିନେଟ ବୈଠକରେ ଏ ନେଇ ମୋହର ବାଜିଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି ।

Odisha State cabinet: 3 ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟର ମୋହର

କେନ୍ଦ୍ରାପଡା ଜିଲ୍ଲାରେ ୩ ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଉକ୍ତ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୩ ଟି ବ୍ଲକ ଅଧୀନରେ ଥିବା ୭୬ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୨୨ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪୩୫୧୯୦ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ପଟ୍ଟାମୁଣ୍ଡାଇ ବ୍ଲକର ୨୯ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୩୮ ଟି ଗ୍ରାମର ପ୍ରାୟ ୧୫୫୩୩୪ ଜଣ, ରାଜନଗର ବ୍ଲକର ୨୯ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୪୯ ଟି ଗ୍ରାମର ପ୍ରାୟ ୧୬୮୭୧୨ ଜଣ ଓ ଗରଦପୁର ବ୍ଲକର ୧୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୩୫ ଟି ଗ୍ରାମର ପ୍ରାୟ ୧୧୧୧୪୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ ।

ରାଜ୍ୟ କ୍ୟାବିନେଟ ଉପରୋକ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ସଂସ୍ଥା M / s Laxmi Civil Engineering Services Pvt . Ltd. , Kolhapur ଙ୍କ ୪୧୬ କୋଟି ୫୭ ଲକ୍ଷ ୨୯ ହଜାର ୧୮୫ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରକଳ୍ପ ଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।ସେହିପରି ଢେଙ୍କାନାଳ ଜିଲ୍ଲାରେ ୪ ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଉକ୍ତ ପ୍ରକଳ୍ପ ଦ୍ବାରା ଉପରୋକ୍ତ ଜିଲ୍ଲାର ୪ ଟି ବ୍ଲକର ୭୧ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୭୧ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୨୨୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ କାମାକ୍ଷାନଗର ବ୍ଲକର ୧୩ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୬ ଟି ଗ୍ରାମର ପ୍ରାୟ ୫୨୯୧୪ ଜଣ, ପରଜଙ୍ଗ ବ୍ଲକର ୨୯ ଟି ଗ୍ରାମପଞ୍ଚାୟତର ୯୨ ଟି ଗ୍ରାମର ପ୍ରାୟ ୧୩୫୨୪୩ ଜଣ, କଙ୍କଡାହାଡ ବ୍ଲକର ୨୧ ଟି ଗ୍ରାମପଞ୍ଚାୟତର ୧୦୬ ଟି ଗ୍ରାମର ପ୍ରାୟ ୯୬୯୭୩ ଜଣ ଓ ସଦର ବ୍ଲକର ୮ ଟି ଗ୍ରାମପଞ୍ଚାୟତର ୨୭ ଟି ଗ୍ରାମର ପ୍ରାୟ ୩୭୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ସଂସ୍ଥା M / s Laxmi Civil Engineering Services Pvt . Ltd. , Kolhapur ଙ୍କ ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ ହୋଇଛି ।

ଉକ୍ତ ପ୍ରକଳ୍ପ ଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବାଲେଶ୍ବର ଜିଲ୍ଲାରେ ୨ ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୩ ଟି ବ୍ଲକ ଅଧୀନରେ ଥିବା ୪୧ ଟି ଗ୍ରାମପଞ୍ଚାୟତର ୩୦୧ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୬୨୦୯୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ବାଲେଶ୍ବର ବ୍ଲକର ୧୪ ଟି ଗ୍ରାମପଞ୍ଚାୟତର ୮୧ ଟି ଗ୍ରାମର ପ୍ରାୟ ୧୦୧୩୨୧ ଜଣ, ରେମୁଣା ବ୍ଲକର ୨୦ ଟି ଗ୍ରାମପଞ୍ଚାୟତର ୧୬୦ ଟି ଗ୍ରାମର ପ୍ରାୟ ୧୨୧, ୨୧୦ ଜଣ ଓ ଖଇରା ବ୍ଲକର ୭ ଟି ଗ୍ରାମପଞ୍ଚାୟତର ୬୦ ଟି ଗ୍ରାମର ପ୍ରାୟ ୩୯୫୬୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ସଂସ୍ଥା m / s NCC Limited, Hyderabad ଙ୍କ ୨୯୧ କୋଟି ୬୨ ଲକ୍ଷ ୭୭ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ ହୋଇଛି । ଉକ୍ତ ପ୍ରକଳ୍ପ ଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.