ETV Bharat / city

ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍‌’ ସିରିଜ୍‌ର ଉଠାଣ

ଜୟଦେବ ଭବନରେ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍‌ ସିରିଜ୍‌’ ଉଠାଣ ଅନୁଷ୍ଠିତ । ଅଧିକ ପଢନ୍ତୁ...

author img

By

Published : Oct 28, 2021, 9:16 PM IST

Odisha Small Savings Promotion Scheme AR series started
ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍‌’ ସିରିଜ୍‌ର ଉଠାଣ

ଭୁବନେଶ୍ବର: ଓଡ଼ିଶା ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍‌ ସିରିଜ୍‌’ ଉଠାଣ ଅନୁଷ୍ଠିତ ହୋଇଛି । ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ପାଇଁ ସଞ୍ଚୟ ଆବଶ୍ୟକତା ଉପରେ ସେ ଗୁରୁତ୍ବ ପ୍ରଦାନ କରିଥିଲେ ।

ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଯେପରି ବ୍ୟାଙ୍କିଂ ସେବା ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଥିବା ସେ କହିଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଏବଂ ସ୍ବଳ୍ପ ସଞ୍ଚୟ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ପରାମର୍ଶ ଦେଇଛନ୍ତି ।

ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ସ୍ବାଗତ ଭାଷଣ ଦେଇଥିଲେ । ସଞ୍ଚୟର ବାର୍ତ୍ତା ଯେଭଳି ସମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଶେଷ ଭାବେ ଲାଭବାନ ହୋଇପାରିବେ ସେଥିପାଇଁ ସେ ଗୁରୁତ୍ବ ଆରୋପ କରିଛନ୍ତି । ବିଚାରପତି ପ୍ରତାପ କୁମାର ପାତ୍ର, ପ୍ରଫେସର ଡକ୍ଟର. ହୃଷିକେଶ ମହାନ୍ତି ଓ ଅବସରପ୍ରାପ୍ତ ଓଡ଼ିଶା ଅର୍ଥସେବା ଅଧିକାରୀ ସିଦ୍ଧାର୍ଥ କାନୁନଗୋକୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଉକ୍ତ ଉଠାଣରେ ୨,୪୨୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୨,୦୦୦ ଟଙ୍କା ଲେଖାଏଁ ସମୁଦାୟ ୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ବରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଅର୍ଥ ବିଭାଗର ଉପଶାସନ ସଚିବ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସଂପୂର୍ଣ୍ଣ କୋଭିଡ୍‌ କଟକଣା ଓ ତତ୍‌ସଂକ୍ରାନ୍ତୀୟ ମାର୍ଗଦର୍ଶିକାନୁଯାୟୀ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ସର୍ବସାଧାରଣ ଦେଖିବା ପାଇଁ ଏହି ଉଠାଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା ୟୁଟ୍ୟୁବ ଏବଂ ଅର୍ଥ ବିଭାଗର ‘ଫେସ୍‌ବୁକ୍‌’ ମାଧ୍ୟମରେ କରାଯାଇଥିଲା। ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସହାୟତା ‘ଓକାକ୍‌’ ତରଫରୁ ଯୋଗାଇ ଦିଆଯାଇଥିଲା । ଖୁବ୍‌ଶୀଘ୍ର ଏହି ଉଠାଣର ଫଳାଫଳ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.