ETV Bharat / city

ଆଜି ସୂର୍ଯ୍ୟକିରଣ ଏୟାର ସୋ’, ଦମ ଦେଖାଇବେ ବାୟୁବୀର

author img

By

Published : Sep 16, 2022, 7:48 AM IST

ଆଜି (ଶୁକ୍ରବାର) ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଏରୋବେଟିକ ଦଳର ଏୟାର ସୋ’ । ରାଜଧାନୀ ବାଲିଯାତ୍ରା ପଡିଆରେ ସମର କଳା କୌଶଳ ପ୍ରଦର୍ଶନ କରିବେ ବାୟୁବୀର । ସୂର୍ଯ୍ୟକିରଣ ଏୟାର ସୋ’ରେ ରଙ୍ଗୀନ ହେବ ଆକଶ । ଅଧିକ ପଢନ୍ତୁ

ଆଜି ସୂର୍ଯ୍ୟକିରଣ ଏୟାର ସୋ, ଦମ ଦେଖାଇବେ ବାୟୁବୀର

ଭୁବନେଶ୍ବର: ଆଉ କିଛି ସମୟର ଅପେକ୍ଷା । ଆକାଶରେ ଜଲୱା ଦେଖାଇବ ହକ ବିମାନ । ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଏରୋବେଟିକ ଦଳର ଆଜି ଏୟାର ସୋ’ । ରାଜଧାନୀ କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆରେ ସମର କଳା କୌଶଳ ପ୍ରଦର୍ଶନ କରିବେ ବାୟୁବୀର । ପୂର୍ବାହ୍ନ 10ଟାରେ ଆରମ୍ଭ ହେବ ଏୟାର ସୋ । ଗୋଟିଏ ପରେ ଗୋଟିଏ ହକ ବିମାନ ଆଜି ଉଡାଣ ଭରିବେ । ଗତକାଲି (ଗୁରୁବାର) ନୀଳ ଆକାଶରେ ଚିତ୍ତାକର୍ଷକ ଏୟାର ସୋ’ର ରିହଲସଲ ଶେଷ ହୋଇଛି । ରିହଲସଲ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା । ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଏୟାର ସୋରେ ରାଜ୍ୟପାଳଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

ଚିତ୍ତାକର୍ଷକ ଏୟାର ସୋ’ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ଗତକାଲି (ଗୁରୁବାର) ସୋ’ ରିହଲସଲ ଦେଖିବାକୁ ହୋଇଥିବା ସମାଗମରୁ ତାହା ବାରି ହୋଇ ପଡୁଥିଲା । ଏୟାର ସୋ’ ରିହଲସଲକୁ ମନଭରି ଉପଭୋଗ କରିଥିଲେ ଲୋକେ । ଆଜି ଚୂଡାନ୍ତ ଏୟାର ସୋ’ ହେବ । ୨ ଘଣ୍ଟା ୫୦ ମିନିଟ କାଳ ଏହି ଏୟାର ସୋ' ଚାଲିବ । ବାୟୁସେନାର ଇଣ୍ଡସ୍କନ୍‌ ଟିମ୍‌ ନେଇ ଆସିଥିବା AN୩୨ ବିମାନ ଓ C-୧୭ ଗ୍ଲୋବ୍ ମାଷ୍ଟର ଆଜି ନୀଳ ଆକାଶରେ ଛାଇଯିବେ । ମୁଖ୍ୟ ଆକର୍ଷଣ ରହିବ ଚାର୍ଲି, ଆରୋହେଡ ଓ ଡାଇମଣ୍ଡ । ତ୍ରିରଙ୍ଗା ରଙ୍ଗରେ ସଜେଇ ହେବ ଆକାଶ । ଦେଶପ୍ରେମ ଗାଥାକୁ ଆକାଶରେ ଦେଖାଇବେ ବାୟୁବୀର ।

ଏହା ବି ପଢନ୍ତୁ...ଭଙ୍ଗା କୁଡିଆରେ କଟୁଛି ସ୍ୱିିମିଂ କ୍ୱିନ୍ ମମତାଙ୍କ ଜୀବନ, ଦୁଃଖ ଶୁଣୁନାହାଁନ୍ତି ସରକାର

ଏୟାର ସୋ’ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ହୋଇଛି । ସୁରକ୍ଷା ଦୃଷ୍ଟିରୁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାଛଡା 150ରୁ ଅଧିକ ଅଫିସର, ଓଡ୍ରାଫ ଟିମ ମଧ୍ୟ ରହିବେ । ପାଖାପାଖି 30 ହଜାରରୁ ଅଧିକ ଲୋକ ଏହି ଏୟାର ସୋ’ ଦେଖିବାକୁ ଆସିବେ ବୋଲି ଅନୁମାନ କରାଯାଉଛି । ଟ୍ରାଫିକ ଜାମ ହେବାର ସମ୍ଭାବନା ରହିଛି । ତେଣୁ ରାସ୍ତାରେ ମଧ୍ୟ ପୋଲିସ ମୁତୟନ ହେବେ । ସେପଟେ ଅଗ୍ନିଶମ ପକ୍ଷରୁ 2ଟି ଦମକଳ ଗାଡି, 25 ଜଣ ଅଗ୍ନିଶମ କର୍ମଚାରୀ ଓ 5 ଜଣ ଅଫିସରଙ୍କୁ ମୁତୟନ ହୋଇଛନ୍ତି । ଓଡ୍ରାଫର 20 ଜଣିଆ ଟିମ ମୁତୟନ ହୋଇଛନ୍ତି । ସେପ୍ଟେମ୍ବର 18 ତାରିଖରେ ପୁରୀରେ ଏୟାର ସୋ’ ଆୟୋଜନ ହେବ । ପୁରୀରେ ସୂର୍ଯ୍ୟକିରଣ ସୋ’ରେ ଭାଗ ନେବାକୁ ଥିବା 11ଟି ହକ୍ ବିମାନ କର୍ଣ୍ଣାଟକର ବିଦାରରୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.