ETV Bharat / city

କୋଭିଡ 19 ମୁକାବିଲା: ସର୍ବାଗ୍ରେ ଓଡିଶା

author img

By

Published : Apr 3, 2020, 5:11 PM IST

ଦେଶର ଅନ୍ୟତମ ଗରିବ ରାଜ୍ୟ ଭାବେ ପରିଚିତ ଓଡିଶା । ବିଭିନ୍ନ ପ୍ରସଙ୍ଗରେ ପଛରେ ରହିଥାଏ । ହେଲେ ଯେତେବେଳେ ବିପର୍ଯ୍ୟୟର କଥା ଉଠେ ସେତେବେଳେ ଏହି ରାଜ୍ୟ ସବୁଠୁ ଆଗରେ ଥାଏ ।

କୋଭିଡ 19 ମୁକାବିଲା: ଆଗରେ ଓଡିଶା
କୋଭିଡ 19 ମୁକାବିଲା: ଆଗରେ ଓଡିଶା

ହାଇଦ୍ରାବାଦ: ସାରା ଦେଶରେ ଆତଙ୍କ ଖେଳାଇଛି କୋଭିଡ 19 । ଦେଶର ଅଧିକାଂଶ ରାଜ୍ୟରେ ଏହି ମହାମାରୀ ଆତଙ୍କ ଖେଳାଇଛି । କେନ୍ଦ୍ର ସହିତ ସମସ୍ତ ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ଚେଷ୍ଟା ଚଲାଇଛନ୍ତି । ବିଭିନ୍ନ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ଲୋକଙ୍କୁ ସୁରକ୍ଷିତ ରଖିବାର ସବୁପ୍ରକାର ବନ୍ଦୋବସ୍ତ କରାଯାଉଛି । ତେବେ ସବୁ ଭିତରେ ଯଦି କେଉଁ ରାଜ୍ୟ ବେଶୀ ଚର୍ଚ୍ଚାରେ ରହିଛି ତାହା ହେଉଛି ‘ଓଡିଶା’ ।

ଦେଶର ଅନ୍ୟତମ ଗରିବ ରାଜ୍ୟ ଭାବେ ପରିଚିତ ଓଡିଶା । ଅନେକ ସମୟରେ ରାଜ୍ୟରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ । ବିଭିନ୍ନ ପ୍ରସଙ୍ଗରେ ପଛରେ ରହିଥାଏ । ହେଲେ ଯେତେବେଳେ ବିପର୍ଯ୍ୟୟର କଥା ଉଠେ ସେତେବେଳେ ଏହି ରାଜ୍ୟ ସବୁଠୁ ଆଗରେ ଥାଏ । ସେ ବାତ୍ୟା ହେଉ ଅବା ବନ୍ୟା, ସବୁବେଳେ ଓଡିଶା ଦୃଢତାର ସହ ଏହାର ମୁକାବିଲା କରି ପୁଣିଥରେ ସଳଖି ଛିଡା ହୋଇଥାଏ । ସେଥିପାଇଁ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚିତ । ଆଉ ଆଜି ଓଡିଶାର କଥା ସାରା ଦେଶ ଜାଣିବା ନିହାତି ଆବଶ୍ୟକ ।

ଯାହାର ଜ୍ବଳନ୍ତ ଉଦାହରଣ ନିକଟରେ କୋଭିଡ 19 ମୁକାବିଲାରେ ଦେଖିବାକୁ ମିଳୁଛି । ରାଜ୍ୟରେ ଏପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ତଳେ ରହିଛି । ଶୁକ୍ରବାର ସୁଦ୍ଧା ଏହା 5ରେ ରହିଛି । ଏମାନଙ୍କ ମଧ୍ୟରୁ ପ୍ରଥମ 2 ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏପର୍ଯ୍ୟନ୍ତ କେବଳ 3 ଜଣ ଆକ୍ଟିଭ ଅଛନ୍ତି । ଏହାସହ ରାଜ୍ୟରେ 900 ଲୋକଙ୍କର ଏପର୍ଯ୍ୟନ୍ତ ଟେଷ୍ଟ ହୋଇସାରିଛି । ତେବେ ଦିଲ୍ଲୀରୁ ଫେରିଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ହେଲେ ଖୁସିର କଥା ସେଥିରୁ 15 ଜଣଙ୍କ ରିପୋର୍ଟ ବୁଧବାର ନେଗେଟିଭ ଆସିଛି । ତଥାପି ଭୁବନେଶ୍ବର, କଟକ ଓ ଭଦ୍ରକରେ ଶୁକ୍ରବାରଠାରୁ 48 ଘଣ୍ଟିଆ କର୍ଫ୍ୟୁ ଘୋଷଣା ହୋଇଛି ।

ତେବେ ଏସବୁର କ୍ରେଡିଟ ଓଡିଶାର ନବୀନ ସରକାରଙ୍କୁ ଦିଆଯିବ । କାରଣ ସରକାରଙ୍କ ଉଚିତ ପଦକ୍ଷେପ ଓ ସଚେତନ ଯୋଗୁଁ ରାଜ୍ୟର ଅବସ୍ଥା ଆଜି ନିୟନ୍ତ୍ରଣରେ ରହିଛି । ଏପରିକି କେନ୍ଦ୍ର ସରକାର ନେଇଥିବା ଅନେକ ପଦକ୍ଷେପ ପୂର୍ବରୁ ରାଜ୍ୟ ସରକାର ପ୍ରଥମେ ଓଡିଶାରେ ନେଇସାରିଥିଲେ । ଜନତା କର୍ଫ୍ୟୁ ପରେ ଦେଶବ୍ୟାପୀ ଲକଡାଉନ ପାଇଁ କେନ୍ଦ୍ର ସରକାର 2 ଦିନ ସମୟ ନେଇଥିଲେ । ହେଲେ ରାଜ୍ୟ ସରକାର କର୍ଫ୍ୟୁ ସହ ହିଁ 2 ଦିନ ଲକଡାଉନ ଘୋଷାଣା କରିଥିଲେ । ପ୍ରଥମେ 9ଟି ଜିଲ୍ଲା ପରେ ସାରା ରାଜ୍ୟରେ ଏହା ଲାଗୁ ହୋଇଛି ।

କେବଳ ଲାଗୁ କରିନଥିଲେ ସରକାର, ଏହାକୁ ପାଳିବା ପାଇଁ ପୋଲିସ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ପୋଲିସ ସାରା ରାଜ୍ୟରେ ଏପରି ସକ୍ରିୟ ରହିଛି ଯେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବିନା କାରଣରେ ବୁଲୁଥିବା ଲୋକଙ୍କୁ ଧରିବା ସହ ଗାଡି ଜବତ ହୋଇଛି । ଏହାସହ ସରକାର ପ୍ରଥମ ଦିନରୁ ହିଁ ଭୂତାଣୁର ଭୟାବହତା ଆକଳନ କରିନେଇଥିଲେ । ସେଥିପାଇଁ ତ ମାର୍ଚ୍ଚ ପ୍ରଥମ ସପ୍ତାହରୁ କୋଭିଡ 19 ହେଲ୍ପ ଲାଇନ ନମ୍ବର ଖୋଲିଛନ୍ତି ସରକାର । ସେହିପରି ଅଭିଜ୍ଞ ଓ ମିଠାକଥାରେ ଲୋକଙ୍କ ମନ ଜିଣୁଥିବା ସୁବ୍ରତ ବାଗ୍‌ଚୀଙ୍କୁ ଦେଇଛନ୍ତି କୋଭିଡ 19 ମୁଖପାତ୍ର ଦାୟିତ୍ବ ।

ମାର୍ଚ୍ଚ 3ରେ ସରକାର କୋଭିଡ19 ଉପରେ ଏକ ୱେବସାଇଟ ଖୋଲିଥିଲେ । ଯେଉଁଥିରେ ଏହା ସମ୍ପର୍କରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏପରି କରିବାରେ ରାଜ୍ୟ ସାରା ଦେଶରେ ପ୍ରଥମ ଥିଲା । କେନ୍ଦ୍ର ସରକାରଙ୍କ ପୋର୍ଟାଲ ମଧ୍ୟ ପଛରେ ଆସିଥିଲା । ସେହିପରି ସରକାରଙ୍କ ହେଲ୍‌ପ ଲାଇନ ନମ୍ବର 104କୁ ମାର୍ଚ୍ଚ 22 ସୁଦ୍ଧା ଆସିଥିଲା 72 ହଜାର କଲ । ସମସ୍ତ କଲର ଉତ୍ତର ରଖିଥିଲେ ସରକାରୀ ଅଧିକାରୀ । ଲୋକଙ୍କୁ ଉତ୍ତମ ଭାବେ ସବୁକଥା ବୁଝାଇବା ସହ ମହାମାରୀ ବିଷୟରେ ସଚେତନ କରିଥିଲେ । ସବୁଠାରୁ ବଡ କଥା ମାର୍ଚ୍ଚ 16ରେ ହିଁ ରାଜ୍ୟରେ ପ୍ରଥମ ଆକ୍ରାନ୍ତ ବାହାରିଥିଲେ । ଯେବେକି ଅନ୍ୟ ରାଜ୍ୟରେ ସେତେବେଳେକୁ ଅନେକ ପଜିଟିଭ ମାମଲା ବାହାରିସାରିଥିଲା ।

ରାଜ୍ୟ ସରକାର ସବୁ ସ୍ଥିତିରେ ସମସ୍ତ ଲୋକଙ୍କ ସହ ରହିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରଖିବା ବାଧ୍ୟତାମୂଳକ କରିଛନ୍ତି ସରକାର । ନିୟମ ମାନୁଥିବା ଲୋକଙ୍କୁ 15 ହଜାର ଟଙ୍କାର ଆର୍ଥିକ ସହାୟତା ସରକାର ଦେଉଛନ୍ତି । ସରକାରଙ୍କ ୱେବସାଇଟ ଦ୍ବାରା ପ୍ରାୟ 4000 ଲୋକ ରେଜିଷ୍ଟାର କରି ଏହି ସୁବିଧା ପାଇଛନ୍ତି । ସେହିପରି ଅନ୍ୟ ରାଜ୍ୟରେ ସରକାରୀ ଅଫିସରେ ଲୋକଙ୍କ ଉପସ୍ଥିତି ଚିନ୍ତାଜନକ ଥିଲା । କାରଣ ଏହି ମହାମାରୀର ଡର ସମସ୍ତଙ୍କୁ ଘାରିଛି । ହେଲେ ଓଡିଶା ସରକାର ଗୋଟିଏ ମାସ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କୁ ଆଗୁଆ ଦରମା ପ୍ରଦାନ କରିଥିଲେ । ଯେଉଁଥିପାଇଁ ସରକାରୀ ଅଫିସରେ କୌଣସି କାମ ଅଟକି ରହିନଥିଲା । ଯେବେକି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ମଧ୍ୟ ପଛେର ନେଇଥିଲେ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯାହା ସରକାର ନେଇଛନ୍ତି, ତାହା ହେଉଛି ପ୍ରବାସୀ ଓଡିଆଙ୍କ ପାଇଁ ସୁବିଧା । ବାହାର ରାଜ୍ୟରେ ଫସିଥିବା ସମସ୍ତ ଓଡିଆଙ୍କୁ ସବୁପ୍ରକାର ସୁବିଧା ଯୋଗାଯିବାର ବ୍ୟବସ୍ତା କରିଛନ୍ତି ସରକାର । ସେମାନଙ୍କ ଖାଇବା ଓ ରହିବାର ବନ୍ଦୋବସ୍ତ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟକୁ ଚିଠି ଲେଖିଥିଲେ । ସେମାନଙ୍କର ଚିକିତ୍ସାଜନିତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ । ଏହାସହ ସରକାର 2ଟି ହେଲ୍ପ ଲାଇନ ନମ୍ବର ଖୋଲିଛନ୍ତି । ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଟିମ ଗଠନ କରାଯିବା ସହ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରିଛନ୍ତି ସରକାର ।

କୋରୋନା ମହାମାରୀ ବ୍ୟାପିବା ଆଗରୁ ସରକାରୀ ଅଧିକାରୀ ପ୍ରତି ଗାଁ ଓ ଛୋଟ ସହରର ଲୋକଙ୍କ ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ ଏହି ରୋଗର ଭୟାବହତା କଥା ବୁଝାଇଥିଲେ । ସେହିପରି ବାହାର ରାଜ୍ୟ କିମ୍ବା ବିଦେଶରୁ ଫେରିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଥିଲେ । ଏପର୍ଯ୍ୟନ୍ତ ପ୍ରାୟ 84 ହଜାର ଲୋକ ହୋମ କ୍ବାରେଣ୍ଟାଇନରେ ରହିସାରିଛନ୍ତି । ସେହିପରି ପଞ୍ଚାୟତସ୍ତରରେ ରାଜ୍ୟବ୍ୟାପୀ 7000 ଆଇସୋଲେସନ ୱାର୍ଡ ତିଆରି ହୋଇଛି । ଭୁବନେଶ୍ବରରେ ସ୍ବତନ୍ତ୍ର 450 ଶଯ୍ୟା ବିଶିଷ୍ଟ କୋଭିଡ 19 ହସ୍ପିଟାଲ ନିର୍ମାଣ ଚାଲିଛି । ସେହିପରି ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶା 2ଟି 1000 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛି ।

ଓଡିଶା ସବୁବେଳେ ବିଭିନ୍ନ ବିପର୍ଯ୍ୟୟ ବେଳେ ଦୃଢ ହୋଇ ଠିଆ ହୋଇଛି । ସରକାର ଉଚିତ ସମୟରେ ଆଗୁଆ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷିତ ରଖିଛନ୍ତି । ପୂର୍ବ ଭୁଲରୁ ଓଡିଶା ଅନେକ କିଛି ଶିଖିଛି । 1999 ବାତ୍ୟା ପରେ 2000ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରଠୁ ରାଜ୍ୟରେ ସେପରି କିଛି ବଡ ବିପର୍ଯ୍ୟୟ ଘଟିନାହିଁ । ଯାହା ବି ହୋଇଛି ସବୁର ସଠିକ ମୁକାବିଲା ସରକାର କରିଛନ୍ତି । 2014, 2017, 2018, 2019ରେ ମୃତ୍ୟୁ ସଂଖ୍ୟାକୁ ସରକାର ସିଙ୍ଗଲ ଡିଜିଟରେ ରଖିଛନ୍ତି ଯେବେକି ସମ୍ପତ୍ତି ଅନେକ ପରିମାଣରେ ନଷ୍ଟ ହୋଇଛି । ସବୁଠାରୁ ବଡ କଥା ସରକାର ଗାଁ ଗହଳିର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଆଉ ଏବେ ବି ନବୀନ ସରକାର କୋଭିଡ 19ର ଦୃଢତାର ସହ ମୁକାବିଲା କରୁଛନ୍ତି । ସାରା ଦେଶରେ ଓଡିଶା ବର୍ତ୍ତମାନ ଆଗରେ ରହିଛି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜ୍ୟ ସରକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

https://www.indiatoday.in/coronavirus-outbreak/story/fighting-coronavirus-pandemic-the-odisha-way-a-story-to-tell-1662488-2020-04-02?utm_source=it_sticky_footer

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.