ETV Bharat / city

ଆଜିଠୁ ଷଷ୍ଠ ଓ ସପ୍ତମ ପିଲାଙ୍କ ଶ୍ରେଣୀଗୃହ ପାଠପଢା

author img

By

Published : Nov 15, 2021, 7:15 AM IST

ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ । ଏହି ଦୁଇ ଶ୍ରେଣୀ ପିଲାମାନେ ଏବେ ଶ୍ରେଣୀଗୃହରେ ବସି ପାଠ ପଢିବେ । ସକାଳ ୯ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢା ହେବ। କଡାକଡି କୋଭିଡ ଗାଇଡଲାଇନ ପାଳନ ହେବ ।

ଆଜିଠୁ ଷଷ୍ଠ ଓ ସପ୍ତମ ପିଲାଙ୍କ ଶ୍ରେଣୀଗୃହ ପାଠପଢା
ଆଜିଠୁ ଷଷ୍ଠ ଓ ସପ୍ତମ ପିଲାଙ୍କ ଶ୍ରେଣୀଗୃହ ପାଠପଢା

ଭୁବନେଶ୍ବର: ଦୀର୍ଘ ଦିନ ପରେ ସ୍ବାଭାବିକ ହେଉଛି ପାଠପଢା । ଧିରେ ଧିରେ ବିଭିନ୍ନ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେଉଛି । ପୂର୍ବରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ । ଏହି ଦୁଇ ଶ୍ରେଣୀ ପିଲାମାନେ ଏବେ ଶ୍ରେଣୀଗୃହରେ ବସି ପାଠ ପଢିବେ । ସକାଳ ୯ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢା ହେବ। କଡାକଡି କୋଭିଡ ଗାଇଡଲାଇନ ପାଳନ ହେବ ।

ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପାଠ ପଢିପାରିବେ । ଏଥିପାଇଁ ସେମାନଙ୍କୁ ଅଭିଭାବକଙ୍କଠାରୁ ପରାମର୍ଶ ଆଣିବାକୁ ପଡିବ । କାହାକୁ ଅଫଲାଇନରେ ପଢିବାକୁ ବାଧ୍ୟ କରାଯିବ ନାହିଁ । ଅଫଲାଇନରେ ପଢିଲେ ଉପସ୍ଥାନ ମଧ୍ୟ ବାଧ୍ୟତାମୂଳକ ନୁହେଁ । କୋରୋନା କଟକଣା ପାଳନ କରି ସ୍କୁଲ ଖୋଲିବା ପାଇଁ ସମସ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି ।

ପିଲାମାନେ ଯେପରି ଏକତ୍ର ବସି ନଖାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ । କୋଭିଡ -19 ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ଦିନଠାରୁ ଉପରୋକ୍ତ ଶ୍ରେଣୀଗୁଡ଼ିକ ପାଇଁ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ। ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀଙ୍କୁ ଥଣ୍ଡା ବା କଫ ହୋଇଥିବେ ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ଅଧିକ ଥିବ ସେହି ସ୍ଥାନ ଗୁଡିକରେ ଥିବା ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ । ଆଗାମୀ ଦିନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟାୟ କ୍ରମେ ଖୋଲାଯିବ ନେଇ ଯୋଜନା ଚାଲିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.