ETV Bharat / city

ଓଡିଶା ରିସର୍ଚ୍ଚ କନକ୍ଲେଭ 2021

ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା ଓଡିଶା ରିସର୍ଚ୍ଚ କନକ୍ଲେଭ 2021 । ଏହି କନକ୍ଲେଭ ଦୁଇ ଦିନ ଧରି ଚାଲିବ। ଏହାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

Utkal University
Utkal University
author img

By

Published : Nov 13, 2021, 10:50 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା ଓଡିଶା ରିସର୍ଚ୍ଚ କନକ୍ଲେଭ 2021 । ଏହି କନକ୍ଲେଭ ଦୁଇ ଦିନ ଧରି ଚାଲିବ। ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି ।

ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ଓଡିଶା ରିସର୍ଚ୍ଚ କନକ୍ଲେଭକୁ ରାଜ୍ୟପାଳ ଉଦଘାଟନ କରିଥିବା ବେଳେ, ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଓଡିଶା ଦ୍ବାରା ପ୍ରସ୍ତାବିତ "ଓଡିଶା ୟୁନିଭର୍ସିଟି ରିସର୍ଚ୍ଚ ଆଣ୍ଡ ଇନୋଭେସନ ଇନସେଣ୍ଟିଭାଇଜେସନ ପ୍ଲାନ" (OURIIP) ନାମକ ଏକ ନୂତନ ଯୋଜନା ଆରମ୍ଭ ହୋଇଛି। OURIIP ହେଉଛି ବାର୍ଷିକ ରିସର୍ଚ୍ଚ କନକ୍ଲେଭ ମାଧ୍ୟମରେ “ଓଡିଶା ରିସର୍ଚ୍ଚ କନକ୍ଲେଭ” ନାମକ ପାଣ୍ଠି ଏବଂ ଫେଲୋସିପ ପ୍ରୋଗ୍ରାମ ଉପରେ ନଜର ରଖିବା। ଯେଉଁଠାରେ QURIIP ରିସର୍ଚ୍ଚ ତଥା ଅନ୍ୟ ରିସର୍ଚ୍ଚକାରୀ ମାନେ ସେମାନଙ୍କର ରିସର୍ଚ୍ଚ ଗୁଡିକୁ ପ୍ରଦର୍ଶନ କରିପାରିବେ।

ବିଶେଷଜ୍ଞମାନେ ସେମାନଙ୍କର କାର୍ଯ୍ୟ ସମୀକ୍ଷା କରିବେ ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ପରାମର୍ଶ ଦେବେ। COVID 19 ମହାମାରୀ ପାଇଁ ଗତ ବର୍ଷ କନକ୍ଲେଭ ଆୟୋଜିତ ହୋଇ ପାରିନଥିଲା। ତେଣୁ ଓଡିଶା ରିସର୍ଚ୍ଚ କନକ୍ଲେଭ 2021କୁ ଦୁଇ ବ୍ୟାଚ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ଫିଜିକାଲ ମୋଡରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ରାଜ୍ୟ ସାର୍ବଜନୀନ ବିଶ୍ବବିଦ୍ୟାଳୟ ଗୁଡିକରେ କନକ୍ଲେଭ ଆୟୋଜିତ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.