ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪ ହଜାର ୮୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୬୩ କିଶୋର କିଶୋରୀ ରହିଥିବା ବେଳେ ୨୮୧୫ କ୍ବାରେଣ୍ଟାଇନ ସେଣ୍ଟର ଓ ୨୦୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୫୮, ବାଲେଶ୍ବରରୁ ୧୫୨, ବରଗଡରୁ ୮୦, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୯୫, ବୌଦ୍ଧରୁ ୪୯, କଟକରୁ ୩୭୯, ଦେବଗଡରୁ ୭୩, ଢେଙ୍କାନାଳରୁ ୪୫, ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬, ଝାରସୁଗୁଡାରୁ ୬୧, କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨, କେନ୍ଦ୍ରାପଡାରୁ ୭୦, କେନ୍ଦୁଝରରୁ ୮୧, କୋରାପୁଟରୁ ୫୦, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ନୟାଗଡରୁ ୧୯୪, ନୂଆପଡାରୁ ୧୬୬, ପୁରୀରୁ ୭୨, ରାୟଗଡାରୁ ୯୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡରୁ ୭୩୫ ଓ ଷ୍ଟେଟପୁଲରୁ ୧୮୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୪୫, ୯୧୧ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ମୋଟ ୫୩୦୯୦ ସକ୍ରିୟ ମାମଲା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ