ETV Bharat / city

Odisha Corona: ଦିନକରେ ୮୫୨ ସଂକ୍ରମିତ, ୧୯ ମୃତ

author img

By

Published : Feb 16, 2022, 9:31 AM IST

Updated : Feb 16, 2022, 10:05 AM IST

ଗତ ୨୪ ଘଣ୍ଟାରେ ୮୫୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ,୮୯୮ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଦିନକରେ ୮୫୨ ସଂକ୍ରମିତ
ଦିନକରେ ୮୫୨ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୫୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୮୧ କିଶୋର କିଶୋରୀ ରହିଥିବା ବେଳେ ୯୯୫ କ୍ବାରେଣ୍ଟାଇନ ସେଣ୍ଟର ଓ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୬, ବାଲେଶ୍ବରରୁ ୨୫, ବରଗଡରୁ ୧୧, ଭଦ୍ରକରୁ 16, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୨, କଟକରୁ ୬୪, ଦେବଗଡରୁ ୧୭, ଢେଙ୍କାନାଳରୁ ୧୭, ଗଜପତିରୁ ୩୩, ଗଞ୍ଜାମରୁ ୯, ଜଗତସିଂହପୁରରୁ ୨୮, ଯାଜପୁରରୁ ୪୦, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୧୪, କେନ୍ଦୁଝରରୁ ୧୫, କୋରାପୁଟରୁ ୯୦, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୨୦, ନୟାଗଡରୁ ୧୭, ନୂଆପଡାରୁ ୨୫, ପୁରୀରୁ ୧୧, ରାୟଗଡାରୁ ୧୩, ସମ୍ବଲପୁରରୁ ୩୯, ସୋନପୁରରୁ ୧୦, ସୁନ୍ଦରଗଡରୁ ୮୯ ଓ ଷ୍ଟେଟପୁଲରୁ ୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର , ୮୯୮ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୯ ହଜାର ୪୩୩ଟି ସକ୍ରିୟ ମାମଲା ରହିଛି । ସେହିପରି ୧ ହଜାର ୬୭୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏହା ସହିତ ରାଜ୍ୟରେ ଆଜି ଦିନକରେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ । ମୋଟ୍ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୪୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ ରହିଥିବା ବେଳେ କେନ୍ଦ୍ରାପଡ଼ା, କେନ୍ଦୁଝର, ସୋନପୁର, ନୟାଗଡ଼, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 16, 2022, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.