ETV Bharat / city

Odisha Corona Report: କମୁଛି ସଂକ୍ରମଣ, ଦିନକରେ ୩୨ ପଜିଟିଭ ଚିହ୍ନଟ - ରାଜ୍ୟ କୋରୋନା ରିପୋର୍ଟ

ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୨ କୋରୋନା ପଜିଟିଭ ଚିହ୍ନଟ ।

ଦିନକରେ ୩୨ ପଜିଟିଭ ଚିହ୍ନଟ
ଦିନକରେ ୩୨ ପଜିଟିଭ ଚିହ୍ନଟ
author img

By

Published : Mar 31, 2022, 9:31 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦ କିଶୋର କିଶୋରୀ ରହିଥିବା ବେଳେ ୨୦ କ୍ବାରେଣ୍ଟାଇନ ସେଣ୍ଟର ଓ ୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 2, ବରଗଡ ୧, ବଲାଙ୍ଗୀର ୩, କଟକରୁ ୨, ଗଜପତିରୁ ୩, ଯାଜପୁରରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୧,ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୪ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୬୪୦ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୩୮୫ସକ୍ରିୟ ମାମଲା ରହିଛି । ନୂଆ ୪୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୮ ହଜାର ୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୬୬୪୭୧୩ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.