ETV Bharat / city

Odisha Covid Cases: ରାଜ୍ୟରେ ନୂଆ 286 ସଂକ୍ରମିତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 286 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ରାଜ୍ୟରେ ନୂଆ 286 ସଂକ୍ରମିତ ଚିହ୍ନଟ

author img

By

Published : Sep 15, 2022, 11:16 AM IST

ଭୁବନେଶ୍ବର: ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି କୋରୋନା ସଂକ୍ରମଣ । ହେଲେ ଦୈନିକ ତୁଳନାରେ କମୁଛି ବଢୁଛି ସଂକ୍ରମଣ । ଗତକାଲି (ମଙ୍ଗଳବାର) ଚିହ୍ନଟ ଆକ୍ରାନ୍ତଙ୍କଠୁ ଆଜି (ବୁଧବାର) ମାମଲା ଅଧିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 286 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 260 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 167 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 119 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 36 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 2, ବାଲେଶ୍ବରରୁ 5, ବରଗଡରୁ 5, ଭଦ୍ରକରୁ 1, ବଲାଙ୍ଗୀରରୁ 12, ବୌଦ୍ଧରୁ 1, କଟକରୁ 10, ଦେବଗଡରୁ 66, ଦେବଗଡରୁ2 , ଗଞ୍ଜାମରୁ 5, ଜଗତସିଂହପୁରରୁ 4, ଯାଜପୁରରୁ 2, କଳାହାଣ୍ଡିରୁ 14, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 2, ଖୋର୍ଦ୍ଧାରୁ51 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 5, ନବରଙ୍ଗପୁରରୁ 9, ନୟାଗଡରୁ 5, ନୂଆପଡାରୁ 4, ପୁରୀରୁ 3, ରାୟଗଡାରୁ 2, ସମ୍ବଲପୁରରୁ 18, ସୋନପୁରରୁ 8, ସୁନ୍ଦରଗଡରୁ 39 ଓ ଷ୍ଟେଟପୋଲରୁ 11 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢନ୍ତୁ... ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ପ୍ରଶାସନର ଅନୁରୋଧ

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 31 ହଜାର 139ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1685 ସକ୍ରିୟ ମାମଲା ରହିଛି । ନୂଆ 275 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 20 ହଜାର 216 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,83, 707 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.