ETV Bharat / city

Odisha Corona: ମାଡିଲାଣି ମହାମାରୀ, 24 ଘଣ୍ଟାରେ 23 ସଂକ୍ରମିତ - ରାଜ୍ୟ କୋରୋନା ରିପୋର୍ଟ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 23 କୋରୋନା ପଜିଟିଭ(COVID-19) ଚିହ୍ନଟ । ଅଧିକ ପଢନ୍ତୁ

24 ଘଣ୍ଟାରେ 23 ସଂକ୍ରମିତ
24 ଘଣ୍ଟାରେ 23 ସଂକ୍ରମିତ
author img

By

Published : Jun 14, 2022, 10:01 AM IST

Updated : Jun 14, 2022, 10:21 AM IST

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଶନିବାର ଚିହ୍ନଟ 12 ସଂକ୍ରମିତ ଅପେକ୍ଷା ଆଜି (ମଙ୍ଗଳବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 23 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 14 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 9 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 3ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର 1, କଟକରୁ 8, ଖୋର୍ଦ୍ଧାରୁ 9, ସୁନ୍ଦରଗଡରୁ 3, ଓ ଷ୍ଟେଟପୋଲରୁ 2 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 674ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 158 ସକ୍ରିୟ ମାମଲା ରହିଛି । ନୂଆ 13 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 337 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 6 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 14, 2022, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.