ETV Bharat / city

Odisha Covid Cases: ପୁଣି 222 ସଂକ୍ରମିତ ଚିହ୍ନଟ

author img

By

Published : Sep 24, 2022, 10:49 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 222 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ପୁଣି 222 ସଂକ୍ରମିତ ଚିହ୍ନଟ
Odisha Covid Cases: ପୁଣି 222 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 222 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 222 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 130 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 92 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 36କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 11, ବରଗଡରୁ 6, ଭଦ୍ରକରୁ 1, ବଲାଙ୍ଗୀରରୁ 3, କଟକରୁ 23, ଦେବଗଡରୁ 2, ଢେଙ୍କାନାଳରୁ 1, ଗଜପତିରୁ 5, ଗଞ୍ଜାମରୁ 3, ଜଗତସିଂହପୁରରୁ 5, ଯାଜପୁରରୁ 5, ଝାରସୁଗୁଡାରୁ 1, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 51 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 5, ନବରଙ୍ଗପୁରରୁ 3, ନୟାଗଡରୁ 6, ନୂଆପଡାରୁ 2, ପୁରୀରୁ 12, ସମ୍ବଲପୁରରୁ 13, ସୋନପୁରରୁ 2, ସୁନ୍ଦରଗଡରୁ 29 ଓ ଷ୍ଟେଟପୋଲରୁ 11 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- India Corona: ଦିନକରେ ୫ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 32 ହଜାର 957ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1417 ସକ୍ରିୟ ମାମଲା ରହିଛି । ନୂଆ 204 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 22 ହଜାର 95 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,35, 2,100 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇ ପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.