ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହୋଇଛି । ଦୈନିକ ଏବେ ୨୦ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ପାର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮,୭୧୧କୁ ପହଞ୍ଚିଛି ।
ଭୁବନେଶ୍ବରରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ବାଲେଶ୍ବର, ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର, ନୟାଗଡ଼, ନବରଙ୍ଗପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି।
ପ୍ରକାଶ ଥାଉ କି,ଗତ ୨୪ ଘଣ୍ଟାରେ ୨ହଜାର ୬୦୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୪୯ କିଶୋର କିଶୋରୀ ରହିଥିବା ବେଳେ ୧୫୨୧କ୍ବାରେଣ୍ଟାଇନ ସେଣ୍ଟର ଓ ୧୦୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ