ETV Bharat / city

Odisha Covid Cases: ରାଜ୍ୟରେ ନୂଆ 214 ସଂକ୍ରମିତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 214 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ରାଜ୍ୟରେ ନୂଆ 214 ସଂକ୍ରମିତ ଚିହ୍ନଟ

author img

By

Published : Sep 16, 2022, 12:22 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ଗତକାଲି (ଗୁରୁବାର) ଚିହ୍ନଟ ଆକ୍ରାନ୍ତଙ୍କଠୁ ଆଜି (ଶୁକ୍ରବାର) ମାମଲା ଅଧିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 214 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 214 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 129 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 85 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 30 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 3, ବଲାଙ୍ଗୀରରୁ 10, ବୌଦ୍ଧରୁ 3, କଟକରୁ 28, ଦେବଗଡରୁ 2, ଦେବଗଡରୁ 2 ଢେଙ୍କାନାଳରୁ 6, ଗଜପତିରୁ 2, ଗଞ୍ଜାମରୁ 2, ଜଗତସିଂହପୁରରୁ 6, ଯାଜପୁରରୁ 3, କଳାହାଣ୍ଡିରୁ 11, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 7, କେନ୍ଦୁଝରରୁ 3, ଖୋର୍ଦ୍ଧାରୁ 56 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 3, ନୟାଗଡରୁ 5, ନୂଆପଡାରୁ 8, ପୁରୀରୁ 3, ରାୟଗଡାରୁ 2, ସମ୍ବଲପୁରରୁ 9, ସୋନପୁରରୁ 6, ସୁନ୍ଦରଗଡରୁ 22 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢନ୍ତୁ... ପୁଣି 4ଟି ଫୁଡଷ୍ଟଲ ସିଲ କଲା ବିଏମସି

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 31 ହଜାର 353ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1664 ସକ୍ରିୟ ମାମଲା ରହିଛି । ନୂଆ 234 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 20 ହଜାର 450 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,97, 341 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.