ETV Bharat / city

Odisha Corona Report: ଦିନକରେ ୨୧ ସଂକ୍ରମିତ

author img

By

Published : Apr 1, 2022, 9:27 AM IST

ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ଦିନକରେ ୨୧ ସଂକ୍ରମିତ
ଦିନକରେ ୨୧ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଦୈନିକ ଚିହ୍ନଟ ସଂକ୍ରମିତ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି । ଗତ ୨୪ ଘଣ୍ଟାରେ ୨୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫ କିଶୋର କିଶୋରୀ ରହିଥିବା ବେଳେ ୧୩ କ୍ବାରେଣ୍ଟାଇନ ସେଣ୍ଟର ଓ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୧, ଗଜପତିରୁ ୨, ଗଞ୍ଜାମରୁ ୧, ଯାଜପୁରରୁ ୧, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୧,ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୩ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୬୬୧ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୩୬୬ ସକ୍ରିୟ ମାମଲା ରହିଛି । ନୂଆ ୪୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୮ ହଜାର ୧୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୬୯୯୮୪୩ଜଣଙ୍କ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.