ETV Bharat / city

Odisha Corona Report: ମାଡିଲାଣି ମହାମାରୀ, ଦିନକରେ 20 ସଂକ୍ରମିତ

author img

By

Published : Jun 10, 2022, 10:56 AM IST

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 20 କୋରୋନା ପଜିଟିଭ ଚିହ୍ନଟ ।

ମାଡିଲାଣି ମହାମାରୀ
ମାଡିଲାଣି ମହାମାରୀ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗୁରୁବାର ଚିହ୍ନଟ ସଂକ୍ରମିତ ଅପେକ୍ଷା ଆଜି (ଶୁକ୍ରବାର) ମାମଲା କମ ଅଛି । ଗତ 24 ଘଣ୍ଟାରେ ରାଜ୍ୟରେ 20 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 12 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 8 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ କୌଣସି ଶିଶୁ ଆକ୍ରାନ୍ତ ହୋଇନାହାନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 2, କଳାହାଣ୍ଡିରୁ 1, କେନ୍ଦୁଝରରୁ 1, ଖୋର୍ଦ୍ଧାରୁ 11, ସୁନ୍ଦରଗଡରୁ 2 ଓ ଷ୍ଟେଟପୁଲରୁ 3 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 596ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 127 ସକ୍ରିୟ ମାମଲା ରହିଛି । ନୂଆ 11 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 281 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ ପୁଣି 7 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.