ETV Bharat / city

Odisha Corona Report: ଖସୁଛି ସଂକ୍ରମଣ, ଦିନକରେ ୧୫ ପଜିଟିଭ

author img

By

Published : Apr 5, 2022, 9:54 AM IST

ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୫ କୋରୋନା ପଜିଟିଭ ଚିହ୍ନଟ ।

ଖସୁଛି ସଂକ୍ରମଣ
ଖସୁଛି ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତକାଲି ୫ ଜଣ ସଂକ୍ରମିତ ହୋଇଥିବା ବେଳେ ଆଜି ସଂଖ୍ୟା ସାମାନ୍ୟ ବଢିଛି । ଗତ ୨୪ ଘଣ୍ଟାରେ ୧୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨ କିଶୋର କିଶୋରୀ ରହିଥିବା ବେଳେ ୯ କ୍ବାରେଣ୍ଟାଇନ ସେଣ୍ଟର ଓ ୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେନ୍ଦ୍ରପଡାରୁ ୧, ଖୋର୍ଦ୍ଧାରୁ ୯ଜଣ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧ , ନୂଆପଡାରୁ ୧, ସୁନ୍ଦରଗଡରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୫୭ ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୨୬୧ସକ୍ରିୟ ମାମଲା ରହିଛି । ନୂଆ ୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୮ ହଜାର ୩୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୮୦୨୦୮୦ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.