ETV Bharat / city

Odisha Corona: ଦିନକରେ 14 ସଂକ୍ରମିତ ଚିହ୍ନଟ

author img

By

Published : Jun 1, 2022, 12:18 PM IST

ଗତ ୨୪ ଘଣ୍ଟାରେ ରାଜ୍ୟରେ 14 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦିନକରେ 14 ସଂକ୍ରମିତ ଚିହ୍ନଟ
ଦିନକରେ 14 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନା ଗ୍ରାଫ୍‌ । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଆଶ୍ବସ୍ତିର ଖବର ହୋଇଛି । କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ଏକଅଙ୍କ ଥିଲା ମାତ୍ର ତାହା ପୁଣି ଆଜି ଦୁଇଅଙ୍କ ଛୁଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ 14ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 8ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 6 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଶ୍ବସ୍ତି ଖବର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୌଣସି ଶିଶୁ ସଂକ୍ରମିତ ନାହାନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ 1, ଖୋର୍ଦ୍ଧାରୁ 9, ସୁନ୍ଦରଗଡ 2 ଓ ଷ୍ଟେଟପୁଲରୁ 2ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 454ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 79 ସକ୍ରିୟ ମାମଲା ରହିଛି । ନୂଆ 5ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 196 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.