ETV Bharat / city

Odisha Corona: ଦିନକରେ ୧,୨୧୬ ନୂଆ ସଂକ୍ରମିତ - ଓଡିଶା କୋରୋନା ରିପୋର୍ଟ

ରାଜ୍ୟରେ ତିନି ଗୁଣା ସ୍ପିଡରେ ମାଡୁଛି ସଂକ୍ରମଣ । ଦିନକରେ ଓଡିଶାରୁ ୧,୨୧୬ ନୂଆ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: ଦିନକରେ ୧,୨୧୬ ନୂଆ ସଂକ୍ରମିତ

author img

By

Published : Jan 5, 2022, 11:09 AM IST

ଭୁବନେଶ୍ବର: କିଛି ଦିନର ନୀରବତା ପରେ ଏବେ ପୁଣି ଆତଙ୍କ ଖେଳାଇଛି କୋରୋନା । ତିନି ଗୁଣା ସ୍ପିଡରେ ବଢୁଛି ସଂକ୍ରମଣ । ଦିନକରେ ରାଜ୍ୟରେ ଚାରି ଅଙ୍କ ଛୁଇଁଛି ମହାମାରୀ । ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ୧,୨୧୬ କୋରୋନା ମାମଲା ପ୍ରକାଶ ପାଇଛି । ନୂଆବର୍ଷ ଆରମ୍ଭରୁ କୋରୋନାର ଏପରି ଗତି ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି । ରାଜ୍ୟରେ ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮୭ କିଶୋର କିଶୋରୀ ରହିଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ ୭୧୦ଟି ମାମଲା ଚିହ୍ନଟ ହୋଇଥିବାବେଳେ ଲୋକାଲ ସଂକ୍ରମଣ ସଂଖ୍ୟା ୫୦୬ ରହିଛି ।

୧,୨୧୬ ନୂଆ ପଜିଟିଭ ମାମଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ଟି ମାମଲା ଚିହ୍ନଟ ହୋଇଛି । ସେହିପରି ଅନୁଗୋଳରୁ ୬, ବାଲେଶ୍ବରରୁ ୨, ବରଗଡରୁ ୨୧, ଭଦ୍ରକରୁ ୬, ବଲାଙ୍ଗୀରରୁ ୧୪, ବୌଦ୍ଧରୁ ୧, କଟକରୁ ୮୦, ଦେବଗଡରୁ ୮, ଢେଙ୍କାନାଳରୁ ୪, ଗଜପତିରୁ ୧, ଗଞ୍ଜାମରୁ ୯, ଜଗତସିଂହପୁରରୁ ୧୩, ଯାଜପୁରରୁ ୪୭, ଝାରସୁଗୁଡାରୁ ୩୩, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୫, କୋରାପୁଟରୁ ୩, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧୩, ନୟାଗଡରୁ ୩, ନୂଆପଡାରୁ ୨, ପୁରୀରୁ ୩୦, ରାୟଗଡାରୁ ୮, ସମ୍ବଲପୁରରୁ ୯୯, ସୋନପୁରରୁ ୩, ସୁନ୍ଦରଗଡରୁ ୧୬୬ ଜଣ ସଂକ୍ରମିତ ରହିଛନ୍ତି । ଷ୍ଟେଟପୁଲ ପଜିଟିଭ ସଂଖ୍ୟା ୧୧୦ ରହିଛି ।

ଦିନକରେ ରାଜ୍ୟରେ ୧୨୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କୋରୋନା ଆରମ୍ଭରୁ ଏ ଯାବତ୍ ୧୦,୫୭,୮୭୬ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧୦,୪୫,୩୭୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩,୯୮୧ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.