ETV Bharat / city

Odisha Corona Report: ଦିନକରେ ବାହାରିଲେ ଆଉ 10 ପଜିଟିଭ

author img

By

Published : Apr 27, 2022, 9:29 AM IST

ରାଜ୍ୟରେ ଗତ 24 ଘଣ୍ଟାରେ 10 କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 17ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report
Odisha Corona Report

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ସଂକ୍ରମଣ ତଳମୁହାଁ ରହିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା 15ରୁ କମ ରହିଛି । ଗତ 24 ଘଣ୍ଟାରେ 10 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 1 ଶିଶୁ ରହିଥିବା ବେଳେ 6 କ୍ବାରେଣ୍ଟାଇନ ସେଣ୍ଟର ଓ 4 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 3, ବଲାଙ୍ଗୀରରୁ 2, ଖୋର୍ଦ୍ଧାରୁ 3 ଓ ସୁନ୍ଦରଗଡରୁ 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 17ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ 80ଟି ସକ୍ରିୟ ମାମଲା ରହିଛି । ନୂଆ 10 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 78 ହଜାର 769 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 31238340 କୋରୋନା ପରୀକ୍ଷା କରାଯାଇଛି ।

ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ଚତୁର୍ଥ ଲହର ଆଶଙ୍କା କରାଯାଉଛି । ରାଜ୍ୟରେ ସଂକ୍ରମଣ ହାର କମ ରହିଛି ହେଲେ ଦେଶରେ ସଂକ୍ରମଣ ଉପରମୁହାଁ ରହିଛି । ଦେଶରେ କୋଭିଡ ସ୍ଥିତି ସମୀକ୍ଷା ନେଇ ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.