ଭୁବନେଶ୍ବର: ଓଡିଶାରେ କାୟା ମେଲାଉଛି ଓମିକ୍ରନ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ପୁଣି ରାଜ୍ୟରେ 4 ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା 8କୁ ବୃଦ୍ଧି ପାଇଛି । 4 ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ନାଇଜେରିଆ ଫେରନ୍ତା, ଜଣେ ସାଉଦ ଆରବ ଏବଂ ଅନ୍ୟ ଜଣେ ଦୁବାଇରୁ ଫେରିଥିବା ସୂଚନା ମିଳିଛି ।
ସମସ୍ତ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ସେଥିମଧ୍ୟରୁ ନାଇଜେରିଆ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ RT-PCR ରିପୋର୍ଟ ନେଗେଟିଭ ଆସିଛି । ବାକି ଦୁଇ UAE ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ରିପୋର୍ଟ ଆସିନାହିଁ ।
ଗତ 21 ତାରିଖରେ ଓଡିଶାରେ ପ୍ରଥମେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ