ETV Bharat / city

ଭୟାନକ ହେଉଛି ଦ୍ବିତୀୟ ଲହର; ଆଜି ରାଜ୍ୟରେ 879 ନୂଆ ପଜିିଟିଭି ଚିହ୍ନଟ - ଉପରମୁହାଁ ହେଉଛି କୋରୋନା

ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ ହେବାରେ ଲାଗିଲାଣି । ଆଜି 879 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 879 ନୂଆ ପଜିିଟିଭି ଚିହ୍ନଟ
ଆଜି 879 ନୂଆ ପଜିିଟିଭି ଚିହ୍ନଟ
author img

By

Published : Apr 8, 2021, 10:35 AM IST

Updated : Apr 8, 2021, 2:08 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ ହେବାରେ ଲାଗିଛି । ଆଜି 879 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ 518 ଓ ସ୍ଥାନୀୟ ଅଞ୍ଚଳରୁ 361 ଜଣ ରହିଛନ୍ତି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 144 ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ 20, ବାଲେଶ୍ବରରୁ 22, ବରଗଡ 53, ଭଦ୍ରକ 17, ବଲାଙ୍ଗୀର 26, ବୌଦ୍ଧ 1, କଟକ 50, ଦେବଗଡ 1,ଗଞ୍ଜାମରୁ 31, ଗଜପତିରୁ 1, ଜଗତସିଂହପୁରରୁ 2, ଯାଜପୁରରୁ 15, ଝାରସୁଗୁଡାରୁ 23 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ 43, କନ୍ଧମାଳରୁ 5, କେନ୍ଦ୍ରାପଡାରୁ 9, ଖୋର୍ଦ୍ଧାରୁ 144, କେନ୍ଦୁଝର 25, କୋରାପୁଟ 5, ମୟୂରଭଞ୍ଜ 29, ମାଲକାନଗିରି 2, ନବରଙ୍ଗପୁର 19, ନୟାଗଡ 6, ନୂଆପଡା 61, ପୁରୀ 45, ରାୟଗଡା 13, ସମ୍ବଲପୁର 48, ସୋନପୁର 2, ସୁନ୍ଦରଗଡରୁ 131ଜଣ ଆକ୍ରାନ୍ତ ରହିଥିବା ବେଳେ ଷ୍ଟେଟ ପୋଲରୁ 32ଜଣ ଆକ୍ରାନ୍ତ ରହିଛନ୍ତି । ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 3ଲକ୍ଷ 45 ହଜାର 526ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 4888ଟି ସକ୍ରିୟ ମାମଲା ରହିଛି ।

ସେପଟେ, ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ପୁଣି ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବା ନେଇ ଚିନ୍ତାରେ ସରକାର । କୋଭିଡ ସ୍ଥିତି ସମୀକ୍ଷା କରିବାକୁ ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

Last Updated : Apr 8, 2021, 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.