ETV Bharat / city

କାୟା ମେଲାଉଛି କୋରୋନା; ଦିନକରେ 6116 ପଜିଟିଭ, 7 ମୃତ

author img

By

Published : Apr 25, 2021, 10:18 AM IST

ଆଜି ରାଜ୍ୟରେ 6 ହଜାର 116 ଜଣ ଆକ୍ରାନ୍ତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 875 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାତଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଦିନକରେ 6116 ପଜିଟିଭ
ଦିନକରେ 6116 ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । ହୁ ହୁ ହୋଇ ବଢୁଛି ଦୈନିକ ସଂକ୍ରମଣ । 24 ଘଣ୍ଟା ମଧ୍ୟରେ 6 ହଜାର 116 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 3546 ଓ ସ୍ଥାନୀୟ ଅଞ୍ଚଳରୁ 2570ଜଣ ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 875ଜଣ ଚିହ୍ନଟ ହୋଇଛନ୍ତି । ମହାମାରୀରେ ଆଜି ସାତଜଣ ଆଖି ବୁଜିଛନ୍ତି ।

ଆଜିର ଆକ୍ରାନ୍ତଙ୍କ ଭିତରୁ ଅନୁଗୋଳରୁ 151, ବାଲେଶ୍ବରରୁ 102, ବରଗଡରୁ 262, ଭଦ୍ରକ 87, ବଲାଙ୍ଗୀର 182, ବୌଦ୍ଧ 32, କଟକ 343, ଦେଓଗଡ 39, ଢେଙ୍କାନାଳ 8, ଗଜପତି 78, ଗଞ୍ଜାମ 134, ଜଗତସିଂହପୁରରୁ 73ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 324, ଝାରସୁଗୁଡାରୁ 254, କଳାହାଣ୍ଡିରୁ 321, କନ୍ଧମାଳ36, କେନ୍ଦ୍ରାପଡା 46, କେନ୍ଦୁଝର 118, କୋରାପୁଟ 71, ମାଲକାନଗିରି 32, ମୟୂରଭଞ୍ଜ 158ଜଣ, ନବରଙ୍ଗପୁର 318ଜଣ, ନୟାଗଡ 99, ନୂଆପଡାରୁ 430, ପୁରୀରୁ 180, ରାୟଗଡାରୁ 104, ସମ୍ବଲପୁର 280, ସୋନପୁରରେ 8ଟି ପଜିଟିଭ କେସ ସାମ୍ନାକୁ ଆସିଛି ।

ରାଜ୍ୟରେ ସାତଜଣଙ୍କ ଜୀବନ ନେଇଛି କିଲର କୋରୋନା । ଗଞ୍ଜାମ, କଳହାଣ୍ଡି ଓ ଖୋର୍ଦ୍ଧା,ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ହୋଇଥିବା ବେଳେ ରାୟଗଡାକୁ 2ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ 1988ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 407457ଟି ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 45949ଟି ସକ୍ରିୟ ମାମଲା ରହିଛି । ଏ ଯାଏଁ କୋରୋନାରୁ 359467 ସୁସ୍ଥ ହୋଇଛନ୍ତି । 9878252ଜଣଙ୍କର କୋରରୋନା ପରୀକ୍ଷା କରାଯାଇଛି । କୋରୋନା କବଳରୁ ରକ୍ଷା ପାଇବାକୁ ଗତାକାଲିଠାରୁ ରାଜ୍ୟରେ ସପ୍ତାହନ୍ତ ସଟଡାଉନ କରାଯାଇଛି । ଆଜି ସଟଡାଉନର ଦ୍ବିତୀୟ ଦିନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.