ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 218ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 129ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 89ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ବରଗଡରୁ ସର୍ବାଧିକ 34ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 12ଜଣ, ବାଲେଶ୍ବରରୁ 6ଜଣ, ବରଗଡରୁ 34ଜଣ, ବଲାଙ୍ଗୀରରୁ 9 ଜଣ, ଭଦ୍ରକରୁ 1, କଟକରୁ 16ଜଣ, ଗଞ୍ଜାମରୁ 6ଜଣ, ଯାଜପୁରରୁ 4ଜଣ, ଜଗତସିଂହପୁରରୁ 3ଜଣ, ଢେଙ୍କାନାଳରୁ 3ଜଣ, ଝାରସୁଗୁଡାରୁ 1, କଳାହାଣ୍ଡିରୁ 13ଜଣ, କନ୍ଧମାଳରୁ 1,କେନ୍ଦୁଝରରୁ 2ଜଣ, ଖୋର୍ଦ୍ଧାରୁ 25ଜଣ, ମୟୂରଭଞ୍ଜରୁ 5ଜଣ, ନୂଆପଡାରୁ 3ଜଣ, ପୁରୀରୁ 2ଜଣ, ରାୟଗଡାରୁ 3ଜଣ, ନବରଙ୍ଗପୁରରୁ 6ଜଣ, ସମ୍ବଲପୁରରୁ 1,ସୁନ୍ଦରଗଡରୁ 26ଜଣ, ସୋନପୁରରୁ 1 ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 6ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 340620 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 1837ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 336809ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9023098ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରାଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ