ETV Bharat / city

ଦ୍ବିତୀୟ ଲହର; ଆଜି 1784 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Apr 13, 2021, 10:28 AM IST

ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କୋରୋନା । ଆଜି ରାଜ୍ୟରେ 1784 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 241 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦ୍ବିତୀୟ ଲହର; ଆଜି 1784 ନୂଆ ଆକ୍ରାନ୍ତ ଚିହ୍ନଟ
ଦ୍ବିତୀୟ ଲହର; ଆଜି 1784 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ବିଗିଡିଲାଣି କୋରୋନା ସ୍ଥିତି । ରାଜ୍ୟରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । ଆଜି ରାଜ୍ୟରେ ମୋଟ 1784ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 1035 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 749 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 241ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 20ଜଣ, ବାଲେଶ୍ବରରୁ 72 ଜଣ, ବରଗଡରୁ 87ଜଣ, ବଲାଙ୍ଗୀରରୁ 91ଜଣ, ଭଦ୍ରକରୁ 30ଜଣ, ବୌଦ୍ଧରୁ 4 ଜଣ, କଟକରୁ 59ଜଣ, ଦେଓଗଡରୁ 12ଜଣ, ଢେଙ୍କାନାଳ 2ଜଣ, ଗଜପତିରୁ 16 ଜଣ, ଗଞ୍ଜାମରୁ 80ଜଣ, ଯାଜପୁରରୁ 33ଜଣ, ଜଗତସିଂହପୁରରୁ 7ଜଣ, ଝାରସୁଗୁଡାରୁ 10ଜଣ, କଳାହାଣ୍ଡିରୁ 68ଜଣ, କନ୍ଧମାଳରୁ 13ଜଣ, କେନ୍ଦ୍ରାପଡାରୁ 18, କେନ୍ଦୁଝରରୁ 54ଜଣ, ଖୋର୍ଦ୍ଧାରୁ 201ଜଣ, କୋରାପୁଟରୁ 10ଜଣ, ମୟୂରଭଞ୍ଜରୁ 27ଜଣ,ମାଲକାନଗିରିରୁ ଜଣେ, ନୟାଗଡରୁ 14ଜଣ, ନବରଙ୍ଗପୁରରୁ 67ଜଣ, ନୂଆପଡାରୁ 303ଜଣ, ପୁରୀରୁ 53ଜଣ, ରାୟଗଡାରୁ 25ଜଣ, ସମ୍ବଲପୁରରୁ 114ଜଣ,ସୁନ୍ଦରଗଡରୁ 241ଜଣ, ସୋନପୁରରୁ 6ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 46ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 353086 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ 10503ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 340600 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଜଣଙ୍କର 9428469 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ଦେଶରେ ସଂକ୍ରମଣ ବୃଦ୍ଧି ନେଇ ଆସନ୍ତାକାଲି କୋଭିଡ ସ୍ଥିତି ସମୀକ୍ଷା ନେଇ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.