ଭୁବନେଶ୍ବର: ଆଉ କମିବାର ନାଁ ନେଉନାହିଁ ଦୈନିକ ସଂକ୍ରମଣ । ମେ ମାସରେ ସଂକ୍ରମଣ ବଢିବା ନେଇ ହୋଇଥିବା ଆକଳନ ସତ ହୋଇଛି । ପ୍ରତିଦିନ ସଂକ୍ରମଣ 10 ହଜାର ପାର ହେଉଛି । ଗତ 24 ଘଣ୍ଟାରେ ପୁଣି 10ହଜାର 6ଷହ 49ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧାରୁ ସର୍ବାଧିକ 1557 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜିର (ଗୁରୁବାର) ଆକ୍ରାନ୍ତଙ୍କୁ ମଧ୍ୟରୁ ଅନୁଗୋଳରୁ 557,ବାଲେଶ୍ବରରୁ 503, ବରଗଡରୁ 391, ବୌଦ୍ଧରୁ 232, ଭଦ୍ରକରୁ 216, ବଲାଙ୍ଗୀରରୁ 198, କଟକରୁ 930, ଦେଓଗଡରୁ 112, ଢେଙ୍କାନାଳରୁ 220, ଗଜପତିରୁ 104,ଗଞ୍ଜାମରୁ 245,ଜଗତସିଂହପୁରରୁ 278, ଯାଜପୁରରୁ 307, ଝାରସୁଗୁଡାରୁ 368ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କଳାହାଣ୍ଡିରୁ 263,କନ୍ଧମାଳରୁ 69, କେନ୍ଦ୍ରାପଡାରୁ 158, କୋରାପୁଟରୁ 164,ମାଲକାନଗିରିରୁ 48,ମୟୂରଭଞ୍ଜରୁ 404, ନୟାଗଡରୁ 357, ନୂଆପଡାରୁ 331,ପୁରାରୁ 335,ରାୟଗଡାରୁ 163, ସମ୍ବଲପୁରରୁ 494, ସୋନପୁରରୁ 195, ସୁନ୍ଦରଗଡରୁ 774 ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 267ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନା ଚେନକୁ ଭାଙ୍ଗିବା ପାଇଁ ମେ 5 ତାରିଖରୁ ରାଜ୍ୟରେ 14ଦିନିଆ ଲକଡାଉନ ଲାଗୁ ହୋଇଛି । ଆଜି (ଗୁରୁବାର) ଲକଡାଉନର ନବମ ଦିନ । ଛକରେ ଛକରେ ପୋଲିସ ପ୍ରହରା ଦେଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ