ETV Bharat / city

ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ - ପୋଲିସ ସେବା

ପୋଲିସ ସେବା କ୍ଷେତ୍ରରେ ଦେଶରେ 18ଟି ବୃହତ୍ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଏନେଇ ଟ୍ବିଟ ଯୋଗେ ଡିଜିପି ସୂଚନା ଦେଇଛନ୍ତି । ଅନ୍ୟପଟେ ନ୍ୟାୟ କ୍ଷେତ୍ରରେ ଓଡିଶା 11ତମ ସ୍ଥାନକୁ ଖସି ଆସିଛି । ଅଧିକ ପଢନ୍ତୁ...

ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ
ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ
author img

By

Published : Jan 29, 2021, 8:49 PM IST

ଭୁବନେଶ୍ବର: ଦେଶରେ ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ । ଇଣ୍ଡିଆ ଜଷ୍ଟିସ ରିପୋର୍ଟ 2020 ଅନୁଯାୟୀ ପୋଲିସ ସେବା ଯୋଗାଇବା କ୍ଷେତ୍ରରେ ଓଡିଶା 18ଟି ବୃହତ୍ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି । ସେହିପରି କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଅଛି । ଏନେଇ ଡିଜିପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ଅନ୍ୟପଟେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡିଶା 2019ରେ ସପ୍ତମ ସ୍ଥାନରେ ଥିବାବେଳେ 2020 ବର୍ଷର ଇଣ୍ଡିଆ ଜଷ୍ଟିସ ରିପୋର୍ଟ ଅନୁୟାୟୀ ରାଜ୍ୟ 11ତମ ସ୍ଥାନକୁ ଖସି ଆସିଛି । ପୂର୍ବ ପରି 2020ରେ ମଧ୍ୟ ପ୍ରଥମ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି ।

ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ
ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ

ସେହିଭଳି ପୋଲିସ ସେବା କ୍ଷେତ୍ରରେ 18ଟି ବୃହତ୍ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଛତିଶଗଡ ଦ୍ବିତୀୟ, ଆନ୍ଧ୍ରପ୍ରଦେଶ ଚତୁର୍ଥ, ତାମିଲନାଡୁ ପଞ୍ଚମ, ଝାରଖଣ୍ଡ ଷଷ୍ଠ ସ୍ଥାନରେ ଥିବାବେଳେ କ୍ରମାନ୍ବୟରେ ଉତ୍ତରାଖଣ୍ଡ, ଗୁଜୁରାଟ, ହରିୟାଣା, ତେଲେଙ୍ଗାନା, ବିହାର, ପଞ୍ଜାବ,ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ରହିଛନ୍ତି ।

ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ
ପୋଲିସ ସେବା କ୍ଷେତ୍ରରେ ଓଡିଶା ତୃତୀୟ

ଅନ୍ୟପଟେ କ୍ଷୁଦ୍ର ରାଜ୍ୟ ମଧ୍ୟରେ ପ୍ରଥମ ସ୍ଥାନେର ସିକିମ, ଦ୍ବିତୀୟରେ ହିମାଚଳ ପ୍ରଦେଶ, ତୃତୀୟରେ ମେଘାଳୟ, ଚତୁର୍ଥରେ ଅରୁଣାଚଳ ପ୍ରଦେଶ, ପଞ୍ଚମରେ ତ୍ରିପୁରା, ଷଷ୍ଠ ସ୍ଥାନରେ ମିଜୋରାମ ଏବଂ ସପ୍ତମ ସ୍ଥାନରେ ଗୋଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.