ETV Bharat / city

ବଜେଟ ସ୍ବଚ୍ଛତା; ତୃତୀୟରେ ଓଡିଶା - ସର୍ବଭାରତୀୟସ୍ତରରେ ବଜେଟ୍‌ ପ୍ରକ୍ରିୟା ସ୍ବଚ୍ଛତା

ସର୍ବଭାରତୀୟ ସ୍ତରରେ ବଜେଟ୍‌ ପ୍ରକ୍ରିୟା ସ୍ବଚ୍ଛତାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଆସାମ ଏକ ନମ୍ବରରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି ।

ବଜେଟ ସ୍ବଚ୍ଛତା; ତୃତୀୟରେ ଓଡିଶା
ବଜେଟ ସ୍ବଚ୍ଛତା; ତୃତୀୟରେ ଓଡିଶା
author img

By

Published : Aug 26, 2020, 6:51 AM IST

ଭୁବନେଶ୍ବର: ବଜେଟ୍‌ ପ୍ରକ୍ରିୟା ସ୍ବଚ୍ଛତାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଏଥିରେ ଆସାମ ଏକ ନମ୍ବରରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି । ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ରାଙ୍କିଂରେ ଓଡିଶାକୁ ତୃତୀୟ ସ୍ଥାନ ପ୍ରଦାନ କରାଯାଇଛି ।

ଓଡିଶା ତଳକୁ ଝାଡଖଣ୍ଡ ଓ ବିହାର ରହିଛନ୍ତି । ଏନେଇ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭିସି ଯୋଗେ ବସିଥିବା ଏକ ସମୀକ୍ଷା ବୈଠକରୁ ଜଣାପଡିଛି ।

ବୈଠକରେ ଓଡିଶାକୁ ତୃତୀୟ ସ୍ଥାନରେ ରଖାଯାଇଥିବା ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି । ତେବେ କୃଷି, ପଶୁପାଳନ, ମାଛଚାଷ ସହ ରାଜସ୍ବ, ଘରୋଇ ଉତ୍ପାଦନ, ବ୍ୟାଙ୍କ ଋଣ, ନିଯୁକ୍ତି ଆଦି ମାନକ ନେଇ ଅର୍ଥନୈତିକ ଗତି ଅନୁଧ୍ୟାନ ନିମନ୍ତେ ଏକ ସମନ୍ଵିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.