ETV Bharat / city

Omisure Kit Study Report: କିଟ୍‌ରେ 33% ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଆସିଲା ଓମିସିଅର କିଟ୍ ଷ୍ଟଡି ରିପୋର୍ଟ । ରାଜ୍ୟରେ 33 ପ୍ରତିଶତ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଡେଲ୍‌ଟା ଉପସ୍ଥିତି ଯୋଗୁଁ ମୃତ୍ୟୁସଂଖ୍ୟା ବଢୁଥିବା କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Omicron Scare: ଓମିସିଓର କିଟ୍‌ରେ ୫୭୬ ଓମିକ୍ରନ ସଂକ୍ରମିତ ଚିହ୍ନଟ

author img

By

Published : Feb 3, 2022, 11:40 AM IST

ଭୁବନେଶ୍ବର: ଆସିଲା ଓମିସିଓର କିଟ୍ ଷ୍ଟଡି ରିପୋର୍ଟ । ଓମିସିଓର କିଟରେ ହାରାହାରି 31,666 ଜଣଙ୍କର ସାମ୍ପୂଲ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ 1729 ଜଣଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିଛି । ପଜିଟିଭଙ୍କ ମଧ୍ୟରେ 576 ଜଣଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଠାବ ହୋଇଛି । ଓମିସିଓର କିଟ୍‌କୁ ବିଚାରକୁ ନେଲେ ରାଜ୍ୟରେ ୩୩ ପ୍ରତିଶତ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Omicron Scare: ଓମିସିଓର କିଟ୍‌ରେ ୫୭୬ ଓମିକ୍ରନ ସଂକ୍ରମିତ ଚିହ୍ନଟ

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି । କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି, ଏଥିରେ ସଂକ୍ରମଣ କମୁଛି । ତେବେ ରାଜ୍ୟରେ ମୋଟ କେତେ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି ତାହା ଜିନୋମ୍ ସିକ୍ବେନ୍ସିଂ ଡାଟା ଏବଂ ଓମିସିଓର କିଟ୍ ଡାଟାକୁ ମିଳିତ ଭାବେ ଅନୁଧ୍ୟାନ କରିବା ପରେ ଜଣାପଡିବ । ଯଦି ଏହି ମାତ୍ରାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୁଏ, ତାହାହେଲେ ଆଗକୁ ସ୍ଥିତି ଅସମ୍ଭବ ହେବ ବୋଲି ଆଶଙ୍କା ବ୍ୟକ୍ତି କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଚାରିଆଡେ ସଂକ୍ରମଣ କମୁଥିଲେ ହିଁ ମୃତ୍ୟୁ ବଢୁଥିବାରୁ ଏନେଇ ଡ.ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ଡେଲ୍‌ଟାର ଆଧିପତ୍ୟ ରହିଛି । ଡେଲ୍‌ଟା ଭାରିଆଣ୍ଟ ଯୋଗୁଁ ମୃତ୍ୟୁସଂଖ୍ୟା ବଢୁଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.