ETV Bharat / city

ରାଜ୍ୟ କଂଗ୍ରେସ କମିଟିର ହେବ ନବକଳେବର

ରାଜ୍ୟ କଂଗ୍ରେସ କମିଟିର ହେବ ନବକଳେବର । ଆସନ୍ତା 2024 ନିର୍ବାଚନକୁ ନଜରରେ ରଖି ପିସିସିର ହେବ ନବକଳେବର । ସଭାପତି ଶରତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ନୂଆ କମିଟି ଗଠନ । ଆସନ୍ତା 10 ତାରିଖରେ ଓପିସିସି ର ନୂତନ ସଭାପତି ଭାବେ ଆନୁଷ୍ଠାନିକ ଭାବେ ଦାଇତ୍ୱ ନେବେ ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Jun 8, 2022, 8:19 PM IST

ରାଜ୍ୟ କଂଗ୍ରେସ କମିଟିର ହେବ ନବକଳେବର
ରାଜ୍ୟ କଂଗ୍ରେସ କମିଟିର ହେବ ନବକଳେବର

ଭୁବନେଶ୍ବର: ରାଜ୍ୟ କଂଗ୍ରେସ କମିଟିର ହେବ ନବକଳେବର । ଆସନ୍ତା 2024 ନିର୍ବାଚନକୁ ନଜରରେ ରଖି ପିସିସିର ହେବ ନବକଳେବର। ସଭାପତି ଶରତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ନୂଆ କମିଟି ଗଠନ । ଆସନ୍ତା 10 ତାରିଖରେ ଓପିସିସି ର ନୂତନ ସଭାପତି ଭାବେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ନେବେ ଶରତ ପଟ୍ଟନାୟକ ।

ରାଜ୍ୟ କଂଗ୍ରେସ କମିଟିର ହେବ ନବକଳେବର

ତେବେ ପିସିସିର ନବକଳେବର ନେଇ ଶରତଙ୍କୁ ଦିଲ୍ଲୀ ଡକରା ଆସିଛି । 2024 ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ସୁସଙ୍ଗଠିତ ହେବ ସେ ନେଇ କଂଗ୍ରେସ ପୂର୍ଣ୍ଣ ପ୍ରସ୍ତୁତ ହେବ । ପିସିସିକୁ ଦିଗଦର୍ଶନ ଦେବା ପାଇଁ ଏକ ରାଜନୈତିକ ପରାମର୍ଶଦାତା କମିଟି ଗଠନ କରାଯିବ। ଶୃଙ୍ଖଳା କମିଟି, ବିଭିନ୍ନ କମିଟି ଗଠନ ମାଧ୍ୟମରେ ବରିଷ୍ଠ ନେତାଙ୍କୁ ଥଇଥାନ କରାଯିବ। ଯାହା ଶରତ ଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ଦୀର୍ଘ 22 ବର୍ଷ ହେବ କଂଗ୍ରେସ କ୍ଷମତା ବାହାରେ ରହିଛି। ସର୍ବାଧିକ ଫୋକସ ରହିବ ଯୁବ ବର୍ଗଙ୍କ ଉପରେ ।

ବରିଷ୍ଠ ,କନିଷ୍ଠ,ମହିଳା, ଦଳିତ, ହରିଜନ, ସଂଖ୍ୟାଲଘୁ ସବୁ ବର୍ଗଙ୍କୁ ସାମିଲ କରି ଏକ ବେଷ୍ଟ ଟିମ ଗଠନ କରିପାରନ୍ତି ଶରତ। ସେହିପରି ଉପକୂଳ, ଉତ୍ତର , ଦକ୍ଷିଣ ଏବଂ ପଶ୍ଚିମରୁ 4ଟି କାର୍ଯ୍ୟକାରୀ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଘୋଷଣା କରିବେ ଶରତ। 2024 ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ସବୁ ସାଙ୍ଗଠନିକ ଜିଲ୍ଲାରୁ ନେତା ଓ କର୍ମୀଙ୍କୁ ଗୁରୁତ୍ୱ ମଧ୍ୟ ଦେଇପାରନ୍ତି। ବିଜେଡି - ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେବେ ବୋଲି ସଂକଳ୍ପ ଶିବିରରେ ଆହ୍ୱାନ ଦେଇଥିଲେ ଶରତ। ସଂଗଠିତ ଭାବରେ କାମ କରିବା ପାଇଁ ପାରିତ ହୋଇଥିଲା ପ୍ରସ୍ତାବ।

ଅନ୍ୟପଟେ ଛାତ୍ର-ଯୁବ-ମହିଳା ଭଳି ଛାମୁଆ ସଂଗଠନକୁ ସୁଦୃଢ ପାଇଁ ଦଳୀୟ ନେତା ଗୁରୁତ୍ୱ ଦେଇଛନ୍ତି । ଦଳ ଛାଡିଥିବା ନେତାଙ୍କୁ ମଧ୍ୟ ଘର ବାହୁଡା ପାଇଁ ଆରମ୍ଭ କରିବେ ଉଦ୍ୟମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.