ETV Bharat / city

ନିରଞ୍ଜନ ପଟ୍ଟନାୟକଙ୍କୁ କୋରୋନା

କୋରୋନା ପଞ୍ଝାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (Niranjan patnaik tested covid positive)। ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ପଜିଟିଭ ଚିହ୍ନଟ ପରେ ଏବେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 24, 2022, 10:54 AM IST

Updated : Jan 24, 2022, 11:47 AM IST

ନିରଞ୍ଜନ ପଟ୍ଟନାୟକ କୋରୋନା ସଂକ୍ରମିତ
ନିରଞ୍ଜନ ପଟ୍ଟନାୟକ କୋରୋନା ସଂକ୍ରମିତ

ଭୁବନେଶ୍ବର: କୋରୋନା ପଞ୍ଝାରେ ନିରଞ୍ଜନ ପଟ୍ଟନାୟକ (Niranjan patnaik tested covid positive)। ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ପଜିଟିଭ ଚିହ୍ନଟ ପରେ ଏବେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କରି କହିଛନ୍ତି । ଏଥିସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ସମସ୍ତଙ୍କୁ କୋରୋନା ନିୟମ ସହ ସାବଧାନ ରହିବାକୁ ଟ୍ବିଟ ଯୋଗେ ଅନୁରୋଧ କରିଛନ୍ତି ନିରଞ୍ଜନ ।

  • I have tested positive for COVID and currently under medical care. All those who came in contact with me in the last few day, please follow all protocols and be careful.

    — Niranjan Patnaik (@NPatnaikOdisha) January 24, 2022 " class="align-text-top noRightClick twitterSection" data=" ">
  • ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) January 24, 2022 " class="align-text-top noRightClick twitterSection" data=" ">

ନିରଞ୍ଜନଙ୍କୁ କୋରୋନା ସଂକ୍ରମିତ ହେବା ଖବର ଶୁଣି ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି । ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଥିବା ଟ୍ବିଟ କରି କହିଛନ୍ତି ନବୀନ ।

ପ୍ରକାଶ ଥାଉ କି ରାଜ୍ୟରେ ଦୁଇ ଦିନ ହେବ ସଂକ୍ରମଣ କମୁଛି । ୨୪ ଘଣ୍ଟାରେ ରାଜ୍ୟରେ ୭ ହଜାର ୨୯୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୫୪ କିଶୋର କିଶୋରୀ ରହିଥିବା ବେଳେ ୪୨୨୬ କ୍ବାରେଣ୍ଟାଇନ ସେଣ୍ଟର ଓ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୨୧, ୬୦୮ରେ ପହଞ୍ଚିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିିଭି ଭାରତ

Last Updated : Jan 24, 2022, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.