ETV Bharat / city

ଧାମନଗର ଉପନିର୍ବାଚନ: ଲଢ଼େଇ ପାଇଁ ପ୍ରସ୍ତୁତ ପ୍ରମୁଖ ରାଜନୈତିକ ଦଳ - ବିଜେଡି ସାଂସଦ ମୁନ୍ନା ଖାଁ

ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ପ୍ରମୁଖ ରାଜନୈତିକ ଦଳମାନେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ଧାମନଗର ଉପନିର୍ବାଚନ: ଲଢ଼େଇ ପାଇଁ ପ୍ରସ୍ତୁତ ପ୍ରମୁଖ ରାଜନୈତିକ ଦଳ

author img

By

Published : Oct 3, 2022, 6:21 PM IST

ଭୁବନେଶ୍ବର: ବାଜିଲା ଉପନିର୍ବାଚନ ବିଗୁଲ । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବାନେଇ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏନେଇ ଜୋର ଧରିଛି ରାଜନୈତିକ ଉଷ୍ମତା । ୨୦୨୪ ପୂର୍ବରୁ ଏହି ନିର୍ବାଚନ ନିଶ୍ଚିତ ଭାବେ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପାଇଁ ଏକ ବଡ଼ ଆହ୍ବାନ । ତେବେ ଏହି ନିର୍ବାଚନରେ ବିଜୟ ହେବାନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରମୁଖ ରାଜନୈତିକ ଦଳ ।

ଧାମନଗର ଉପନିର୍ବାଚନ: ଲଢ଼େଇ ପାଇଁ ପ୍ରସ୍ତୁତ ପ୍ରମୁଖ ରାଜନୈତିକ ଦଳ

ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିଛି । ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ ଯାଏଁ ଚାଲିବ ନାମାଙ୍କନ ଦାଖଲ । ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ନଭେମ୍ବର ୬ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫଳ । ନଭେମ୍ବର ୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କିଛି ଦିନ ତଳେ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ତେବେ ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଉପନିର୍ବାଚନ ଉପରେ ଏବେ ସବୁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ନଜର ।

'ଆଗ୍ରେସିଭ ମୁଡରେ ସେମିଫାଇନାଲ ଖେଳିବ ବିଜେପି'

ଧାମନଗର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, "ସେମିଫାଇନାଲ ଆମେ ଖେଳିବୁ । ଫାଇନାଲ ମଧ୍ୟ ଆମେ ଖେଳିବୁ । ବିଜେଡ଼ି ଓ ବିଜେପିକୁ ଛାଡ଼ିଦେଲେ ଅନ୍ୟ ଟିମ ହିଁ ନାହିଁ । ବିଜେପି ଫାଇନାଲ ମ୍ୟାଚ୍‌ ଜିତିବାକୁ ଚାହୁଁଛି । ଫାଇନାଲ ପୂର୍ବରୁ ଦୁଇଟି ଉପନିର୍ବାଚନ ପ୍ରାକ୍ଟିସ ମ୍ୟାଚ୍‌ । ଏଗୁଡ଼ିକୁ ବି ଜିତିବାକୁ ପ୍ରୟାସ କରିବୁ । ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଧାମନଗରରେ ଦଳର ସଙ୍ଗଠନ ଦୃଢ଼ ଅଛି । ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ । ଲଢେଇ ଜୋରଦାର ହେବ । ଆଗ୍ରେସିଭ ମୁଡରେ ଦଳ ଆଗକୁ ବଢିବ ।" ତେବେ ଦଳ ପାଖରେ ଅନେକ ଗୁଡିଏ ଚଏସ ରହିଛି । ପ୍ରଦେଶ ନିର୍ବାଚନ କମିଟି ଖୁବଶୀଘ୍ର ବୈଠକ କରି ପ୍ରାର୍ଥୀଙ୍କ ନାମ ପଠାଇବା ପରେ ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ

ବାଜିମାତ କରିବ ବିଜେଡି !

ଧାମନଗର ଉପନିର୍ବାଚନ ସାଧାରଣ ନିର୍ବାଚନ ପୂର୍ବରୁ ଏସିଡ ଟେଷ୍ଟ । ଏହି ଉପନିର୍ବାଚନ ନିଶ୍ଚିତ ଭାବରେ ଆଗାମୀ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ନିର୍ବାଚନ ସମୀକ୍ଷକମାନେ ମତ ରଖିଛନ୍ତି । ସେପଟେ ଏହି ଆସନ ହାତେଇବାକୁ ଆଶା ବାନ୍ଧିଛି ସରକାରୀ ଦଳ ବିଜେଡି । ବିଜେଡି ସାରା ରାଜ୍ୟରେ ଲୋକଙ୍କ ସହ ରହିଛି ତେଣୁ ଧାମନଗରରେ ବିଜେଡି ବାଜିମାତ କରିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, "ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ବ ଥିବେ ଏବଂ ଶାସକ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଳି ନେତା ମଇଦାନରେ ଥିବେ, ସେଠାରେ ନିର୍ବାଚନ ଫଳାଫଳ ନିଶ୍ଚିତ ଭାବରେ ଏକତରଫା ହେବ ।" ସେପଟେ ମୁଖ୍ୟମନ୍ତ୍ରୀ ସେଠାରେ ଯାହାକୁ ପ୍ରାର୍ଥୀ କରିବେ, ସେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

'ବିଜେଡି ସହ କଂଗ୍ରେସର ଲଢେଇ ହେବ'

ତେବେ ୨୦୨୪ ପୂର୍ବରୁ ଏହି ଲଢ଼େଇ ପାଇଁ କଂଗ୍ରେସ ମଧ୍ୟ ପ୍ରସ୍ତୁତ ରହିଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଏ ନିର୍ବାଚନରେ କଂଗ୍ରେସ ଭଲ କରିବ । ପ୍ରାର୍ଥୀ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ପ୍ରାର୍ଥୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ବିଜେଡି ଓ ବିଜେପି ଦୁଇ ଭାଇ । ଏ ସମ୍ପର୍କରେ ଓଡ଼ିଶାବାସୀ ଓ ଧାମନଗରବାସୀ ଜାଣିଛନ୍ତି । ତେଣୁ ଏହି ଉପନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.