ଭୁବନେଶ୍ବର: ଓଡିଶା ପୋଲିସର ୬୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗୃହମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ଓଡିଶା ପୋଲିସ ଡିଜିପି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ସେହିପରି ସାହସିକତା ପାଇଁ 2 ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯିବ ।
-
Incidents of valiant action for 67 #Gallantry Medals for @odisha_police were engagement with LW Extremists on 9 occasions. While we celebrate the valour n bravery of our men and remember the sacrifice of our martyrs, we appeal to Maoists to lay down arms and join the mainstream
— DGP, Odisha (@DGPOdisha) August 14, 2021 " class="align-text-top noRightClick twitterSection" data="
">Incidents of valiant action for 67 #Gallantry Medals for @odisha_police were engagement with LW Extremists on 9 occasions. While we celebrate the valour n bravery of our men and remember the sacrifice of our martyrs, we appeal to Maoists to lay down arms and join the mainstream
— DGP, Odisha (@DGPOdisha) August 14, 2021Incidents of valiant action for 67 #Gallantry Medals for @odisha_police were engagement with LW Extremists on 9 occasions. While we celebrate the valour n bravery of our men and remember the sacrifice of our martyrs, we appeal to Maoists to lay down arms and join the mainstream
— DGP, Odisha (@DGPOdisha) August 14, 2021
୭୫ତମ ସ୍ବାଧୀନତା ଦିବସ ପୂର୍ବରୁ ଭାରତ ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ ସାହସିକତା ପୁରସ୍କାର ଘୋଷଣା କରାଯାଇଛି । ସାରା ଭାରତରୁ ୧୩୦୮ ଜଣ ପୋଲିସକୁ ସାହସିକତା ମେଡାଲ ମିଳିଥିବାବେଳେ ଓଡିଶାରୁ ୬୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ବିଶେଷ କରି ମାଓବାଦୀଙ୍କ ସହିତ ସାହସିକତାର ସହିତ ଲଢେଇ କରିଛନ୍ତି ଏହି ବୀର ।
ପୋଲିସ ଗ୍ୟାଲେଣ୍ଟ୍ରି ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ଓଡିଶାରୁ ୬୭ ଜଣ ପୋଲିସ ସାହସିକତା ପୋଲିସ ପଦକ ପାଇଁ ନନୋନୀତ ହୋଇଛନ୍ତି । ଗତ ଦୁଇ ବର୍ଷରେ ମାଓବାଦୀ ଲଢେଇ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏହି ପଦକ ପାଇଁ ମନୋନୀତ ହୋଇଥିବା ପୋଲିସ ।