ETV Bharat / city

ଆତଙ୍କବାଦୀ ହାମଲାର ପ୍ରତିହତ ପାଇଁ ତୟାର ଓଡିଶା ପୋଲିସ - ଏସପ୍ଲାନେଡ ମଲ

ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିବାକୁ ପ୍ରସ୍ତୁତ ଓଡିଶା । ଏପରି ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ବର ସ୍ଥିତ ଏସପ୍ଲାନେଡ ମଲରେ ହୋଇଯାଇଛି ମକଡ୍ରିଲ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 30, 2019, 1:01 PM IST

Updated : Aug 30, 2019, 4:03 PM IST

ଭୁବନେଶ୍ବର: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ରାଜ୍ୟ । ଯେକୌଣସି ପ୍ରକାର ଆକ୍ରମଣ ହେଲେ କିଭଳି ପ୍ରତିହତ କରାଯିବ ସେଥିପାଇଁ ଏକ ମକ ଡ୍ରିଲ୍ ଭୁବନେଶ୍ବର ସ୍ଥିତ ଏସପ୍ଲାନେଡ ମଲରେ ପ୍ରଦର୍ଶିତ ହୋଇଛି । ଏଥିରେ ସିଟିଏସ, ଏନଡିଆରଫ, ଅଗ୍ନିଶମ ବିଭାଗ, ସିଭିଲ ଡିଫେନସ, ଓଡ୍ରାଫ ଟିମ ସହ ଓଡିଶା ପୋଲିସ ସାମିଲ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବ ରଚିତ ଯୋଜନା ଅନୁସାରେ କିଛି ସନ୍ଧିଗ୍ଧ ବିସ୍ଫୋରକ ସାମଗ୍ରୀ ସହ ମଲରେ ଲୁଚିଥିବାର ଖବର ପାଇଥିଲା କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ(ସିଟିଏସ) । ଏ ସମ୍ପର୍କରେ ଜଣାପଡିବା ପରେ ବମ୍ ସ୍କ୍ବାର୍ଡ ଟିମ ସହ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ, ସିଭିଲ ଡିଫେନ୍ସ,, ଓଡ୍ରାଫ ଟିମ୍ ସହ କମିସନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଆରମ୍ଭ ହୋଇଥିଲେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ କାଉଣ୍ଟର ଅପରେସନ ।

ପ୍ରଥମେ ସିଟିଏସ ଟିମ୍‌ ମଲ ଭିତରେ ପଶି ଦୁଇ ଜଣ ଆତଙ୍କୀକୁ ନିପାତ କରିଥିଲେ । ପରେ ବମ୍ ସ୍କ୍ବାର୍ଡ ନିଜର ଯନ୍ତ୍ରାଂଶ ଜରିଆରେ ଯାଞ୍ଚ କରି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ପରେ ସେହି ସାମଗ୍ରୀ ନେଇ ବାହାରକୁ ଆସିବା ପରେ ଏନଡିଆରଫ ଟିମ, ଅଗ୍ନିଶମ ବିଭାଗ,ସିଭିଲ ଡିଫେନସ ସହ ଓଡ୍ରାଫ ଟିମ ମଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପରେ ଆରମ୍ଭ ହୋଇଥିଲା କାଉଣ୍ଟର ଅପରେସନ । ଜବତ ହୋଇଥିବା ବୋମାକୁ ବମସ୍କ୍ବାର୍ଡ ନିଷ୍କ୍ରିୟ କରି ଦେଇଥିଲା ।

ଏହା ଥିଲା ଆତଙ୍କବାଦୀ ଆକ୍ରମଣର ସାମ୍ନା କିଭଳି କରାଯିବ ତାହାର ପୂ୍ର୍ବ ପ୍ରସ୍ତୁତି । ନିକଟରେ ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରେ ସମଗ୍ର ଦେଶରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ବଢିଯାଇଛି । ଏଥିପାଇଁ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି । ଯଦି ଆତଙ୍କୀ ଆକ୍ରମଣ ହୁଏ ତେବେ କିଭଳି ଏହାକୁ ପ୍ରତିହତ କରାଯିବ ସେଥିପାଇଁ ଏ ମକ୍ ଡ୍ରିଲ ପ୍ରଦର୍ଶିତ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 30, 2019, 4:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.