ETV Bharat / city

ଆଜିଠୁ +2 ନାମଲେଖା ପ୍ରକ୍ରିୟା ଆରମ୍ଭ

author img

By

Published : Aug 19, 2022, 12:00 PM IST

Updated : Aug 19, 2022, 3:52 PM IST

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ୨୦୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲ ମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ
ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ୨୦୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ସକାଳ ୯ଟାରୁ ନାମଲେଖା ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ବନ୍ୟା ପରିସ୍ଥିତ ପାଇଁ ଆଗକୁ ନାମଲେଖା ସମୟ ସୀମା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଡିଏଚଏସଇ(DHSE) କର୍ତ୍ତୃପକ୍ଷ । ଏ ବିଷୟରେ ଖୁବଶୀଘ୍ର ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ।

ଆଜିଠୁ +2 ନାମଲେଖା ପ୍ରକ୍ରିୟା ଆରମ୍ଭ

ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ସାଙ୍ଗରେ କେବଳ ଜଣେ ଅଭିଭାବକଙ୍କୁ ଆଣିପାରିବାର ବ୍ୟବସ୍ଥା ରହିଛି । ନାମଲେଖାରେ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ଯୁକ୍ତ୨ ପ୍ରଥମ କଟ୍‌ ଅଫ୍‌ରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ୪ ଲକ୍ଷ ୪ ହଜାର ୪୦୦ ଜଣ ଛାତ୍ରଛାତ୍ରୀଙ୍କ ବିବେଚିତ ହୋଇଛନ୍ତି । କଳାରେ ୨୪୯୭୧୩ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବାବେଳେ, ବିଜ୍ଞାନରେ ୧୧,୭୬,୫୩, ବାଣିଜ୍ୟରେ ୨୫,୦୦୫, ସଂସ୍କୃତରେ ୭,୦୦୧ ଓ ଧନ୍ଦାମୂଳକ ଶିକ୍ଷାରେ ୫,୦୨୮ ଜଣଙ୍କୁ ଚୟନ କରାଯାଇଛି ।

ଆସନ୍ତା ୨୭ରେ ସ୍ଲାଇଡ ଅପ୍‌ ଆବେଦନ କରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଏହି ପର୍ଯ୍ୟାୟରେ ବଳକା ସିଟ୍‌ର ନାମଲେଖା ପାଇଁ ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2022, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.