ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି ପ୍ରକାଶ ପାଇବ ୨୦୨୧ ମସିହା ବାର୍ଷିକ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ପରିଷଦ।
ବିନା ପରୀକ୍ଷା ରେ ଚଳିତ ବର୍ଷ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବାତିଲ କରିଥିଲେ ରାଜ୍ୟ ସରକାର । ପୂର୍ବ ପ୍ରଦର୍ଶନ ଆଧାରରେ ଫଳ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ନିଷ୍ପତ୍ତି ନେଇଥିଲା ଉଚ୍ଚ ଶିକ୍ଷା ବିଭାଗ ।
ଅଫିସିଆଲ ୱେସାଇଟ( www.orissaresults.nic.in ଏବଂ ସାମ୍ସ କଲେଜ ଇ ସ୍ପେସରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ୱେବସାଇଟ ଲଗଇନ କରି ନିଜ ପରୀକ୍ଷା ରେଜଲ୍ଟ ଦେଖିପାରିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ