ETV Bharat / city

ବିଭିନ୍ନ ରାଜ୍ୟକୁ PCCFଙ୍କ ଚିଠି, ହାତୀ ଚାଲାଣରେ ହେଉଛି ଜାଲିଆତି

author img

By

Published : Jun 20, 2022, 9:11 PM IST

ଗଜରାଜଙ୍କୁ ନେଇ ରାଜ୍ୟରେ ହୋଇଛି ବଡ ଷଡଯନ୍ତ୍ର । ବନ ବିଭାଗର ଚିଠିକୁ ନକଲ କରି ତିଆରି ହୋଇଛି ନକଲି ଏନଓସି । ଯାହା ଏବେ ପର୍ଦ୍ଦାଫାଶ ହୋଇଛି । ଅଧିକ ପଢନ୍ତୁ

ବିଭିନ୍ନ ରାଜ୍ୟକୁ PCCFଙ୍କ ଚିଠି, ହାତୀ ଚାଲାଣରେ ହେଉଛି ଜାଲିଆତି
ବିଭିନ୍ନ ରାଜ୍ୟକୁ PCCFଙ୍କ ଚିଠି, ହାତୀ ଚାଲାଣରେ ହେଉଛି ଜାଲିଆତି

ଭୁବନେଶ୍ବର: ଗଜରାଜଙ୍କୁ ନେଇ ରାଜ୍ୟରେ ହୋଇଛି ବଡ ଷଡଯନ୍ତ୍ର । ବନ ବିଭାଗର ଚିଠିକୁ ନକଲ କରି ତିଆରି ହୋଇଛି ନକଲି ଏନଓସି । ଯାହା ଏବେ ପର୍ଦ୍ଦାଫାଶ ହୋଇଛି ।

ଘଟଣା ଅନୁସାରେ, ରାଜ୍ୟ ବନ ବିଭାଗ ନାଁରେ ନକଲି ଚିଠି ପ୍ରସ୍ତୁତ କରି ଆସାମରୁ କୋରାପୁଟକୁ ହାତୀ ଆଣିବାକୁ ହୋଇଥିଲା ଯୋଜନା । ଏହାକୁ ନେଇ ଆସାମ ବନ ବିଭାଗକୁ ଓଡିଶା ବନ ବିଭାଗର ଏନଓସି ଦିଆଯାଇଥିଲା । ଏହାସହ ରାଜ୍ୟରେ ହାତୀ ଚୋରା ଚାଲାଣ ପାଇଁ ବଡ ରାକେଟ କାମ କରୁଛି । ରାଜ୍ଯ ବନ ବିଭାଗ ନାଁରେ ପ୍ରସ୍ତୁତ ହୋଇଛି ଫେକ ଏନଓସି । ଏହି ଏନଓସି ଜରିଆରେ ଅନ୍ୟ ରାଜ୍ୟରୁ ହାତୀ ଚାଲାଣ ପାଇଁ ଯୋଜନା ହେଉଛି । ରାଜ୍ୟ ସମେତ ରାଜ୍ୟ ବାହାରେ ଏମିତି ଏକ ହାତୀ ଚାଲାଣକାରୀ ସଂଗଠନ ସକ୍ରିୟ ରହିଛି । ବନ ବିଭାଗର ଅଜାଣତରେ ବିଭାଗର ଚିଠିକୁ ନକଲ କରି ଏନଓସି ଦିଆଯାଇ ଚିଠି ଲେଖାଯାଇଥିଲା ।

ଯୋଜନା ଅନୁସାରେ ଆସାମରୁ ଗୋଟିଏ ହାତୀ କୋରାପୁଟ ଆଣିବାକୁ ଆସାମ ବନ ବିଭାଗକୁ ଦିଆଯାଇଥିଲା ନକଲି ଏନଓସି । ଏହାସହ ଗୁଜୁରାଟରୁ ରାଜ୍ୟରୁ 6ଟି ହାତୀ ଆଣିବାକୁ ମଧ୍ୟ ଉଦ୍ୟମ କରିଥିଲେ ଏହି ର୍ୟାକେଟ । ରାଜ୍ୟ ବନ ବିଭାଗ ଏହି ଘଟଣା ଜାଣିବା ପରେ ଆସାମ ଓ ଗୁଜୁରାଟ ବନ ବିଭାଗକୁ ଅବଗତ କରିଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ।

ଏହି ଘଟଣା ଜଣାପଡିବା ପରେ କେନ୍ଦ୍ର ସରକାରଙ୍କ ଓ୍ବାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସହ ସବୁ ରାଜ୍ୟର ପିସିସିଏଫଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛି ରାଜ୍ଯ ବନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.