ETV Bharat / city

ଦିଲ୍ଲୀରେ ନିରଞ୍ଜନ, ହୋଇପାରେ ପିସିସି ସଭାପତି ପରିବର୍ତ୍ତନ - ଭୁବନେଶ୍ବର

ରାଜ୍ୟ କଂଗ୍ରେସର ହୋଇପାରେ ନବକେଳବର । ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ ଡେରା ପକାଇଥିବାରୁ ଏପରି ଆକଳନ କରାଯାଉଛି ।

ଡିଜାଇନ ଫଟୋ
author img

By

Published : Jul 3, 2019, 7:25 PM IST

ଭୁବନେଶ୍ବର: ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର । ରାଜ୍ୟ କଂଗ୍ରେସର ହୋଇପାରେ ନବକେଳବର । ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ ଡେରା ପକାଇଥିବାରୁ ଏପରି ଆକଳନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିଲ୍ଲୀରେ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିରଞ୍ଜନ ଭେଟୁଥିବାରୁ ରାଜନୈତିକ ଅଳିନ୍ଦୁରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ମୁତାବକ ନିରଞ୍ଜନଙ୍କୁ ପୁଣି ସଭାପତି ଭାବେ ବସାଇବାକୁ କିଛି ନେତା ଲବି କରୁଛନ୍ତି । ଏପରିକି ଓଡିଶା ପ୍ରଭାରୀ ମଧ୍ୟ ନିରଞ୍ଜନଙ୍କ ସପକ୍ଷରେ ରହିଛନ୍ତି ।

ତେବେ ଦଳର ଅନ୍ୟ ନେତୃତ୍ବ ଆମୂଳଚୂଳ ପରିବର୍ତ୍ତନ ସପକ୍ଷରେ ରହିଥିବା ସୂଚନା ମିଳିଛି । ଏପଟେ ଏପରି ସ୍ଥିତିରେ ଓଡିଶାର ନେତାମାନେ ଏଆଇସିସି ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି । ତେବେ ଆଗକୁ ରାଜ୍ୟରେ ଦୁଇଟି ଉପନିର୍ବାଚନ ଓ ପୌର ନିର୍ବାଚନ ହେବାକୁ ଥିବାରୁ ଆଶା ଆଶଙ୍କାରେ କର୍ମୀ ଓ ନେତା ।

ସୂଚନା ଥାଉକି, ଆଜି(ବୁଧବାର) କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଡ

Body:ଫ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.