ETV Bharat / city

ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ, NCERTରେ ବହି ପଢାଇବାକୁ ଦାବି

author img

By

Published : Jan 28, 2021, 12:53 PM IST

NCERT ପାଠ୍ୟକ୍ରମ ଅନୁଯାୟୀ ବହି ପଢ଼ାଇବା ଦାବିରେ ଓଡିଶା ଅଭିଭାବକ ମହାସଂଘ ଆଜି(ଗୁରୁବାର) ADM କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛି। ଉଚ୍ଚ ନ୍ୟାୟାଳୟ ରାଜ୍ୟ ମାନବାଧିକାର ଆୟୋଗ ଓ ରାଜ୍ୟ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ଘରୋଇ ସ୍କୁଲ ବହି ତାଲିକା ପ୍ରକାଶ କରିବାକୁ ମଧ୍ୟ ଦାବି କରାଯାଇଛି । ଅଧିକ ପଢନ୍ତୁ...

ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ, NCERTରେ ବହି ପଢାଇବା ଦାବି

ଭୁବନେଶ୍ବର: NCERT ପାଠ୍ୟକ୍ରମ ଅନୁଯାୟୀ ବହି ପଢ଼ାଇବା ଦାବିରେ ଓଡିଶା ଅଭିଭାବକ ମହାସଂଘ ଆଜି(ଗୁରୁବାର) ADM କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛି । ଉଚ୍ଚ ନ୍ୟାୟାଳୟ ରାଜ୍ୟ ମାନବାଧିକାର ଆୟୋଗ ଓ ରାଜ୍ୟ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ଘରୋଇ ସ୍କୁଲ ବହି ତାଲିକା ପ୍ରକାଶ କରିବାକୁ ମଧ୍ୟ ଦାବି କରାଯାଇଛି । ଇଂରାଜୀ ମାଧ୍ୟମିକ ସ୍କୁଲ ଗୁଡିକରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାବେଳେ ଅନେକ ଘରୋଇ ସ୍କୁଲ ଗୁଡିକ ଆଗୁଆ ପରୀକ୍ଷା ପାଇଁ ଆସନ୍ତା ବର୍ଷ ପାଇଁ ପ୍ରାଇଭେଟ ପବ୍ଲିକେସନରେ ବହି କିଣିବା ପାଇଁ କୁହାଯାଉଛି ।

NCERTର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଇଂରାଜୀ ମାଧ୍ୟମିକ ସ୍କୁଲ NCERT ବହି ଲାଗୁ କରିବା ପାଇଁ ବାଧ୍ୟତା ମୂଳକ କିନ୍ତୁ ଏହି ନିର୍ଦ୍ଦେଶକୁ ଘରୋଇ ସ୍କୁଲ ମାନୁନାହାଁନ୍ତି । ଅନେକ ପ୍ରାଇଭେଟ ସ୍କୁଲ ସହ ପ୍ରାଇଭେଟ ପବ୍ଲିକେସନ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ଫଳରେ ଅଭିଭାବକଙ୍କୁ ଯଥେଷ୍ଟ ଆର୍ଥିକ ବୋଝ ପଡିବା ସହ ପିଲାଙ୍କୁ ଅଯଥା ବ୍ୟାଗର ଓଜନ ବୋହିବାକୁ ପଡୁଛି । NCERT ଲାଗୁ ହେବା ଦ୍ବାରା ପିଲାଙ୍କ ବହି ଓଜନ କମିବା ସହିତ ଆର୍ଥିକ ସ୍ଥିତି କମ ରହିବ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସ୍ଵାର୍ଥ ଦୃଷ୍ଟିରୁ ତୁରନ୍ତ ନିର୍ଦ୍ଦେଶ ନଦେଲେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ସେହି ଘରୋଇ ପବ୍ଲିକେସନ ଠାରୁ ବହି କିଣିବେ ।

NCERTରେ ବହିର ଦାମ 50 ଟଙ୍କା ହୋଇଥିବାବେଳେ ଘରୋଇ ପବ୍ଲିକେସନରେ ବହି ଦାମ 500 ଟଙ୍କା ରହୁଛି । ତେବେ ସରକାର ଏହି ନିର୍ଦ୍ଦେଶକଙ୍କୁ କୌଣସି ଘରୋଇ ସ୍କୁଲ ମାନୁନଥିବାବେଳେ ଆଗାମୀ ଦିନରେ ଯଦି ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଦାବି କରିଛି ଅଭିଭାବକ ମହାସଂଘ। ଆଜି ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ବରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ରହିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ଅଭିଭାବକ ମହାସଂଘ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.