ETV Bharat / city

ସ୍କୁଲ ଫି’ ପ୍ରସଙ୍ଗରେ ବିଇଓଙ୍କ ଅଫିସ ଘେରିଲା ଓଡିଶା ଅଭିଭାବକ ମହାସଂଘ - ଓଡିଶା ଅଭିଭାବକ ମହାସଂଘର ଧାରଣା

ସ୍କୁଲ ଫି ପ୍ରସଙ୍ଗରେ ବିଇଓଙ୍କ ଅଫିସ ଘେରିଲା ଓଡିଶା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

ସ୍କୁଲ ଫି କୁ ନେଇ ବିଇଓଙ୍କ ଅଫିସ ଘେରିଲା ଓଡିଶା ଅଭିଭାବକ ମହାସଂଘ

author img

By

Published : Mar 30, 2021, 7:23 PM IST

ଭୁବନେଶ୍ବର: ସ୍କୁଲ ଫି ପ୍ରସଙ୍ଗରେ ବିଇଓଙ୍କ ଅଫିସ ଘେରିଲା ଓଡିଶା ଅଭିଭାବକ ମହାସଂଘ। ମନଇଚ୍ଛା ଫି ଆଦାୟକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଘରୋଇ ସ୍କୁଲ। ଯେଉଁ ଘରୋଇ ସ୍କୁଲ ଗୁଡିକ ମନୁନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଇଓଙ୍କ ଅଫିସରେ ଆମରଣ ଅନଶନରେ ବସିଛି ଓଡିଶା ଅଭିଭାବକ ମହାସଂଘ।

ସ୍କୁଲ ଫି କୁ ନେଇ ବିଇଓଙ୍କ ଅଫିସ ଘେରିଲା ଓଡିଶା ଅଭିଭାବକ ମହାସଂଘ

କୋରୋନା ମହାମାରୀରେ ଘରୋଇ ସ୍କୁଲରେ ଫି ଆଦାୟ ସଂକ୍ରାନ୍ତୀୟ ନିର୍ଦ୍ଦେଶକୁ ସମ୍ପୃକ୍ତ ସ୍କୁଲମାନେ ମାନୁନଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକ ମହାସଂଘ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଭୁବନେଶ୍ୱର ବିଇଓଙ୍କ ସହ ଘରୋଇ ସ୍କୁଲମାନଙ୍କରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀତା ହେବା ନେଇ ମଧ୍ୟ ବୈଠକ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାଇ ସ୍କୁଲଗୁଡିକ ପୂର୍ବ 2 ବର୍ଷର ଏବଂ ଚଳିତ ବର୍ଷ ଶ୍ରେଣୀ ଅନୁସାରେ ଓ କେଉଁ କେଉଁ ବାବଦରେ ସ୍କୁଲ ଫୀ ନେଇଛନ୍ତି ତାର ବିବରଣୀ ପ୍ରଦାନ କରିବେ l କୌଣସି ପିଲାକୁ ଫି ଆଦାୟ ସହ ପାଠ ପଢ଼ା କିମ୍ବା ପରୀକ୍ଷାରୁ କୌଣସି ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ ବଞ୍ଚିତ କରି ପାରିବେ ନାହିଁ l ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ନକରି ସ୍କୁଲମାନେ ପିଲାକୁ ଫି ଆଦାୟ ପାଇଁ ମାନସିକ ନିର୍ଯାତନା ଓ ହଇରାଣ ହରକତ କରାଯାଉଥିବା ନଜରକୁ ଆସିଛି । ଯାହାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଦୃଢ଼ ବିରୋଧ କରିଛି l

ଆଜି ମହାସଙ୍ଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ (ବିଇଓ) ଅଫିସ ସମୁଖରେ ଧାରଣା ଦେଇଛନ୍ତି l ତୁରନ୍ତ ଘରୋଇ ସ୍କୁଲ ଫି ବୃଦ୍ଧିକୁ କମ କରିବା ସହ ଯେଉଁମାନେ ଜୋର ଜବରଦସ୍ତ ଫି ନେଉଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ଅଭିଭବକ ମହସଙ୍ଘ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.