ETV Bharat / city

Private School ପ୍ରରୋଚନାରେ ସ୍କୁଲ ଖୋଲୁଛନ୍ତି ସରକାର: ଅଭିବାବକ ମହାସଙ୍ଘ ସଭାପତି

author img

By

Published : Dec 28, 2021, 10:30 PM IST

ତରବରିଆ ଭାବେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିବା ସହ କାହା ପରାମର୍ଶରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କଲା ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ

Private  School ପ୍ରରୋଚନାରେ ସ୍କୁଲ ଖୋଲୁଛନ୍ତି ସରକାର: ଅଭିବାବକ ମହାସଙ୍ଘ ସଭାପତି
Private School ପ୍ରରୋଚନାରେ ସ୍କୁଲ ଖୋଲୁଛନ୍ତି ସରକାର: ଅଭିବାବକ ମହାସଙ୍ଘ ସଭାପତି

ଭୁବନେଶ୍ବର: କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରାନ (Corona New Variant Omicron) ବର୍ତ୍ତମାନ ଦେଶ ତଥା ବିଶ୍ୱସ୍ତରରେ ଆତଙ୍କ ସୃଷ୍ଟି କରିଚାଲିଛି । ଲକଡାଉନ, ସଟଡାଉନ ଭଳି ପରିସ୍ଥିତି ସୃଷ୍ଟି ହେଲଣି । ସେପଟେ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଫେବୃଆରୀ ମାସରେ ଓମିକ୍ରନ ପିକରେ ରହିବ ବୋଲି କହିଛନ୍ତି । ଏପରିକ୍ଷେତ୍ରରେ ତରବରିଆ ଭାବେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିବା ସହ କାହା ପରାମର୍ଶରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ମହାସଙ୍ଘ ।

କେନ୍ଦ୍ର ସରକାର 15-18 ବର୍ଷ ପିଲାଙ୍କ ପାଇଁ ଟୀକା ଆସନ୍ତା ଜାନୁଆରୀ 3 ତାରିଖରୁ ଦେବାପାଇଁ ଘୋଷଣା କରିଛନ୍ତି ସେହି ସମୟରେ ତର ତର ହୋଇ କୌଣସି ଆଲୋଚନା ନ କରି ସ୍କୁଲ ଖୋଲିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଅଭିଭାବକ ସଙ୍ଘ କହିଛନ୍ତି । ବେସରକାରୀ ସ୍କୁଲ 1300 କୋଟି ଟଙ୍କlର ବହି ବିକିବା ଓ ପୁରୁଣା ଫି ଆଦାୟ ପାଇଁ ଯେଉଁ ଉଦ୍ଦେଶ୍ୟ କରିଥିଲେ ତାହାକୁ ମନ୍ତ୍ରୀ ଗ୍ରହଣ କରି ନୂଆବର୍ଷ ପାଇଁ ମୁନାଫଖୋରମାନଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ବୋଲି ମହସଙ୍ଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଅଭିଯୋଗ କରିଛନ୍ତି ।

ଏପଟେ ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ ସ୍କୁଲ ଖୋଲିବାକୁ ସ୍ୱାଗତ କରିଛନ୍ତି । ବହୁ ବିଳମ୍ବ ହେଲେ ମଧ୍ୟ ଶେଷରେ ସ୍କୁଲ ଖୋଲିଛି । ଅନଲାଇନ ପଠାପଢ଼ା ଠିକ ଭାବରେ ହୋଇପାରିନାହିଁ । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଦୁଇ ବର୍ଷ ପରେ ପିଲାମାନେ ସ୍କୁଲକୁ ଯିବେ । ସେମାନଙ୍କ ପାଇଁ ପାଠ ଏକ ବଡ ଚାଲେଞ୍ଜ । ଏହା ଭିତରରେ ବି ସଂକ୍ରମଣକୁ ରୋକି କ୍ଳାସ କରିବା ବଡ ଚାଲେଞ୍ଜ ରହିଛି । ଏପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Primary Schools To Reopen: ନୂଆବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ, ସକାଳ ୯ରୁ ୧୨ ଯାଏଁ ପାଠପଢା

ସୂଚନା ଅନୁଯାୟୀ, ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ 27,000 ବିଦ୍ୟାଳୟକୁ ଜାନୁୟାରୀ 3 ତାରିଖରୁ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି । ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ 5 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ସମେଟିଭ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟଗୁଡ଼ିକୁ 10 ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟଗୁଡ଼ିକ ପୂର୍ବାହ୍ନ 9ଘଟିକା ଠାରୁ ମଧ୍ୟାହ୍ନ 12ଘଟିକା ପର୍ଯ୍ୟନ୍ତ ଖୋଲାରହିବ । ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.