ETV Bharat / city

ସମ୍ବଲପୁର ରେଳ ମଣ୍ଡଳରେ ସାଂସଦଙ୍କ ବୈଠକ, ଷ୍ଟେସନର ବିକାଶକୁ ପ୍ରଶଂସା - ରେଳମଣ୍ଡଳ ସ୍ତରୀୟ ବୈଠକ

ସମ୍ବଲପୁରରେ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ମାନେ ଉପସ୍ଥିତ ଥିଲେ । ଷ୍ଟେସନର ବିକାଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅଧିକ ପଢନ୍ତୁ

ସମ୍ବଲପୁର ରେଳ ମଣ୍ଡଳରେ ସାଂସଦଙ୍କ ବୈଠକ, ଷ୍ଟେସନର ବିକାଶକୁ ପ୍ରଶଂସା

author img

By

Published : Oct 15, 2022, 9:55 AM IST

ଭୁବନେଶ୍ବର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଶୁକ୍ରବାର ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସାଂସଦଙ୍କ ସହ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କୋରୋନା ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ସାଂସଦମାନେ ପ୍ରଶଂସା କରିଛନ୍ତି । ବିଶେଷ ଭାବରେ ସମ୍ବଲପୁର ଷ୍ଟେସନର ବିକାଶକୁ ପ୍ରଶଂସା କରାଯାଇଥିଲା ।

ରେଳ ବିକାଶ ପ୍ରସଙ୍ଗରେ ଅନେକ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ପରାମର୍ଶ ଏବଂ ଜନସାଧାରଣଙ୍କ ଦାବି ଉପରେ ଆଲୋଚନା କରାଯାଇଥିଲା । ଏହାସହ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବି ଗୁଡିକ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ଝିଅର ହତ୍ୟା ଖବର ଶୁଣି ଆତ୍ମହତ୍ୟା କଲେ ବାପା, କ୍ୟାନ୍ସର ସହ ସଂଗ୍ରାମ କରୁଛି ମାଆ

ସମ୍ବଲପୁର ରେଳ ଷ୍ଟେସନର ବିକାଶ ଶୀଘ୍ର ଶେଷ ହେବ । ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ୱେଟିଂ ହଲ୍ ଏବଂ ଭିଆଇପି ଲାଉଞ୍ଜ, ଆରସିସି ଡ୍ରେନ୍ ସହିତ ବିଟୁମେନ ଟପ୍ ରୋଡ୍, ପାଥୱେ, ପୋର୍ଟିକୋ କଭର୍ ଶେଡ୍, ଏଣ୍ଟ୍ରି ଏବଂ ଏକ୍ଜିଟ୍ ଗେଟ୍, ପାର୍କିଂ ଲଟ୍, ବିଦ୍ୟମାନ ଷ୍ଟେସନ ବିଲ୍ଡିଂର ନବୀକରଣ, ଷ୍ଟେସନ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ବଗିଚା ଏବଂ ଲ୍ୟାଣ୍ଡସ୍କିପିଙ୍ଗ କାର୍ଯ୍ୟ, ଷ୍ଟେସନର ଇଲେକ୍ଟ୍ରିକାଲ୍ କାମ ଯେପରିକି ସର୍କୁଲାର କ୍ଷେତ୍ରର ଆଲୋକ ଓ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଏବଂ ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ କାର୍ଯ୍ୟ ଗୁଡିକ ଅନ୍ତର୍ଭୁକ୍ତ କରାଯିବ ।

ଏହି ବୈଠକରେ ସାଂସଦ ସୁରେଶ ପୂଜାରୀ, ନିରଞ୍ଜନ ବିଶି, ସପ୍ତଗିରି ଶଙ୍କର ଉଲ୍ଲାକା, ବସନ୍ତ କୁମାର ପଣ୍ଡା ଏବଂ ନୀତେଶ ଗଙ୍ଗଦେବ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ । ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ଏହି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.