ETV Bharat / city

ଓଲିଭ ରିଡ୍‌ଲେ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ମଡେଲ୍ ଶ୍ରେଷ୍ଠ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କଇଁଛ ସୁରକ୍ଷା ନେଇ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଓଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଓଡିଶା ସରକାର ଗ୍ରହଣ କରିଥିବା ପନ୍ଥା ଶ୍ରେଷ୍ଠ ବୋଲି ମତପ୍ରକାଶ କଲେ ଜୀବ ବିଜ୍ଞାନୀ ଓ ପରିବେଶ ସଂରକ୍ଷକ। ଅଧିକ ପଢନ୍ତୁ...

author img

By

Published : Oct 26, 2021, 10:06 PM IST

ଓଲିଭ ରିଡ୍‌ଲେ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ମଡେଲ୍ ଶ୍ରେଷ୍ଠ
ଓଲିଭ ରିଡ୍‌ଲେ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ମଡେଲ୍ ଶ୍ରେଷ୍ଠ

ଭୁବନେଶ୍ବର: ଓଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ପ୍ରଜନନ ଏବଂ ବଂଶବୃଦ୍ଧି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ସମନ୍ବିତ ମଡେଲ୍ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହା ପ୍ରକାଶ କରିଛନ୍ତି ।

ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଡଃ ଶିବ କୁମାର ଏବଂ ବିଶେଷଜ୍ଞ ଡଃ ପ୍ରିୟମ୍ବଦା ମହାନ୍ତି କହିଛନ୍ତି ଯେ, ପ୍ରକୃତିର ଏହି ବିପଦଗ୍ରସ୍ତ ସାମୁଦ୍ରିକ ପ୍ରାଣୀର ସଂରକ୍ଷଣ ଓ ବଂଶବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଓଡ଼ିଶାର ଆନ୍ତଃବିଭାଗୀୟ ଟିମ୍ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ସମନ୍ବିତ ସୁରକ୍ଷା ମଡେଲ୍ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ପ୍ରଶଂସିତ ହୋଇଛି । ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ସଂରକ୍ଷଣ ପାଇଁ କ୍ଷେତ୍ରସ୍ତରରେ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପୋଲିସ୍, ସମୁଦ୍ରତଟ ପୋଲିସ୍, ତଟ ସୁରକ୍ଷା ବାହିନୀ, ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି କାର୍ଯ୍ୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ସାମିଲ୍ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମକୁ ଏକ ଲୋକ - ଅଭିଯାନର ରୂପଦେବା ସହ ଏ କ୍ଷେତ୍ରରେ ଓଡ଼ିଶାର ପରିଚୟକୁ ଅଧ୍ୟକ ଜାଜୁଲ୍ୟମାନ କରିବା ସେ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା କଇଁଛ ସଂରକ୍ଷଣ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଡଃ ଶର୍ମା କହିଛନ୍ତି ଯେ, ଚଳିତ ବର୍ଷ ସଂରକ୍ଷଣ କାର୍ଯ୍ୟ ପାଇଁ ଭଦ୍ରକ, ରାଜନଗର, ପୁରୀ ଏବଂ ବ୍ରହ୍ମପୁର ଆଦି ୪ଟି ବନ୍ୟଜନ୍ତୁ ବନଖଣ୍ଡକୁ ସମୁଦାୟ ୫ଟି ସ୍ପୀଡ ବୋଟ୍ ସହ ୧୩ଟି ଟ୍ରଲର ଏବଂ ସହାୟକ ବୋଟ୍ ଯୋଗାଇ ଦିଆଯାଇଛି । ସମୁଦ୍ର ମଧ୍ୟରେ ପାଟ୍ରୋଲିଂକୁ ଅଧିକ ସକ୍ରିୟ ଓ ଫଳପ୍ରଦ କରିବାରେ ଏହା ଅନେକ ସହାୟକ ହେବା ନେଇ ଆଶା କରାଯାଉଛି ।

ପ୍ରଧାନ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶଶି ପଲ୍ ଜଣାଇଛନ୍ତି ଯେ, ଗତବର୍ଷ ଗହିରମଥା ଉପକୂଳରେ ପ୍ରାୟ ୩.୫ ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ । ଏହି ଉପକୂଳରେ ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୪ ତାରିଖ ମଧ୍ୟରେ ସାମୂହିକ ଅଣ୍ଡାଦାନ ହୋଇଥିଲା । ଏହି ସମୟରେ ୩୮ ଟି ଟ୍ରଲର୍ ସିଜ୍ ସହ ୨୦୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା । ବୈଠକରେ ଚଳିତବର୍ଷ ଓଲିଭ୍ ରିଡ୍‌ଲେ ପ୍ରଜନନ ଋତୁ ପାଇଁ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି ।

ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପ୍ରମୁଖ ପ୍ରଧାନ ବନ ସଂରକ୍ଷକ ଶିଶିର କୁମାର ରଥୋ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଶାସନ ସଚିବ ଆର୍.ରଘୁ ପ୍ରସାଦ, ପ୍ରଧାନ ମୁଖ୍ୟ ସଂରକ୍ଷକ (ବନ୍ୟଜନ୍ତୁ) ଶଶି ପଲ୍, ବିଶେଷଜ୍ଞ ଡଃ ପ୍ରିୟମ୍ବଦା ମହାନ୍ତି , ତଟ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଓ ବୈଜ୍ଞାନିକଙ୍କ ସମେତ ଡ଼ି.ଆର୍.ଡ଼ି.ଓ, ଆଇ.ଟି.ଆର୍, ଧାମରା, ଗୋପାଳପୁର ଏବଂ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.