ETV Bharat / city

ରାମେଶ୍ୱରମ୍ ଷ୍ଟେସନରେ ଫସିଥିବା ୧୬ ଓଡ଼ିଆଙ୍କୁ ଉଦ୍ଧାର କଲା 'ଓଡ଼ିଶା-ମୋ ପରିବାର' - Odia people trapped at Rameshwaram station

ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ବରମ୍ ଷ୍ଟେସନରେ ଫସି ରହିଥିବା ୧୬ ଓଡ଼ିଆ ଯାତ୍ରୀଙ୍କୁ ଉଦ୍ଧାର କରିଛି ଓଡ଼ିଶା- ମୋ ପରିବାର । ସମସ୍ତଙ୍କୁ ଉଦ୍ଧାର କରି ବିମାନରେ ଭୁବନେଶ୍ବର ଏବଂ ଘରକୁ ପଠାଇବା ଲାଗି ବନ୍ଦୋବସ୍ତ କରିଛି ଓଡ଼ିଶା-ମୋ ପରିବାର । ଅଧିକ ପଢନ୍ତୁ

'Odisha-Mo Parivar' rescues 14 Odia people trapped at Rameshwaram station due to flood situation in Andhra Pradesh
ରାମେଶ୍ୱରମ୍ ଷ୍ଟେସନରେ ଫସିଥିବା ୧୬ ଓଡ଼ିଆଙ୍କୁ ଉଦ୍ଧାର କଲା 'ଓଡ଼ିଶା-ମୋ ପରିବାର'
author img

By

Published : Nov 22, 2021, 8:22 PM IST

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ବରମ୍ ଷ୍ଟେସନରେ ଫସି ରହିଥିବା ୧୬ ଓଡ଼ିଆ ଯାତ୍ରୀଙ୍କୁ ଉଦ୍ଧାର କରିଛି ଓଡ଼ିଶା- ମୋ ପରିବାର । ସମସ୍ତଙ୍କୁ ଉଦ୍ଧାର କରି ବିମାନରେ ଭୁବନେଶ୍ବର ଏବଂ ଘରକୁ ପଠାଇବା ଲାଗି ବନ୍ଦୋବସ୍ତ କରିଛି ଓଡ଼ିଶା-ମୋ ପରିବାର । ଇଣ୍ଡିଗୋ ବିମାନ ଯୋଗେ ଆଜି(ସୋମବାର) ୮ ଜଣ ଫେରିଥିବାବେଳେ ଆସନ୍ତାକାଲି(ମଙ୍ଗଳବାର) ଅନ୍ୟ ୮ ଜଣ ଫେରିବେ ।

ଉଦ୍ଧାର ହୋଇଥିବା ଏହି ଓଡ଼ିଆ ଯାତ୍ରୀଙ୍କ ମଧ୍ୟରେ ଅର୍ଦ୍ଧାଧିକ ବୟସ୍କ ବ୍ୟକ୍ତିଙ୍କ ସହ ମହିଳା ଓ ଶିଶୁ ଅଛନ୍ତି । ଓଡ଼ିଶା ବାହାରେ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆଙ୍କ ପାଇଁ ସଦାସର୍ବଦା ସହଯୋଗର ହାତ ବଢ଼ାଉଥିବା 'ଓଡ଼ିଶା-ମୋ ପରିବାର'ର ଆଉ ଏକ ମହନୀୟ କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଛି । କିଛି ଓଡ଼ିଆ ତୀର୍ଥ ଯାତ୍ରୀ ଦଳ ତାମିଲନାଡୁର ପ୍ରସିଦ୍ଧ ରାମେଶ୍ବରମ ଭ୍ରମଣରେ ଯାଇଥିଲେ । ତୀର୍ଥ ସାରି ସେଠାରୁ ଗତ ଶନିବାର ଦିନ ଟ୍ରେନ୍ ଯୋଗେ ଓଡ଼ିଶା ଫେରିବାର ଥିଲା । ମାତ୍ର ଆନ୍ଧ୍ର ପ୍ରଦେଶରେ ପ୍ରବଳ ବନ୍ୟା ଯୋଗୁଁ ଅଚାନକ ସବୁ ଟ୍ରେନ୍ ବାତିଲ ହୋଇଯାଇଥିଲା ।

ତାମିଲନାଡୁ ଏବଂ ଆଖପାଖରୁ ଆଉ କୌଣସି ଟ୍ରେନ୍ ନଥିଲା । ଫଳରେ ରାମେଶ୍ବରମ୍ ଷ୍ଟେସନରେ ଓଡ଼ିଆ ତୀର୍ଥଯାତ୍ରୀମାନେ ଫସି ରହିଥିଲେ । କିଛି ଯାତ୍ରୀ ଅନ୍ୟତ୍ର ନିଜର ରହିବା ଯୋଗାଡ଼ କରିଥିବାବେଳେ ୧୬ ଜଣ ଯାତ୍ରୀ କିନ୍ତୁ କୁଆଡ଼େ ଯାଇ ନପାରି ଅସହାୟ ଅବସ୍ଥାରେ ଅଟକି ରହିଥିଲେ । ସେମାନଙ୍କ ପାଖରେ ନା ଥିଲା ରହିବାର ସୁବିଧା ନା ଖାଇବା । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ । ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ଥିଲେ ବୟସ୍କା ମହିଳା ଓ ଶିଶୁ । ଅଧିକାଂଶଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣାପଡ଼ିଛି । ଫସି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ନିହାରିକା ଦାଶ ନାମକ ଜଣେ ଯୁବତୀ ଏହି ଦୁର୍ଦ୍ଦଶା ସମ୍ପର୍କରେ ଗତ ନଭେମ୍ବର ୨୦ ତାରିଖ ସନ୍ଧ୍ୟାରେ ଓଡ଼ିଶା- ମୋ ପରିବାର ଆବାହକଙ୍କୁ ପ୍ରଥମେ ଖବର ଦେଇଥିଲେ । ଆବାହକ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିନେଇ ତତ୍ପରତା ପ୍ରକାଶ କରିଥିଲେ । ଓଡ଼ିଶା-ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶରେ ସଂଗଠନର ଚେନ୍ନାଇ ପ୍ରତିନିଧି(ସଦସ୍ୟ) କ୍ଷୀରୋଦ ଜେନା ଏବଂ ସଦସ୍ୟ ପଞ୍ଚାନନ ଜେନା ଅସହାୟମାନଙ୍କ ପାଖରେ ତୁରନ୍ତ ପହଞ୍ଚି ସେମାନଙ୍କର ରହଣୀ ଏବଂ ଖାଇବାର ବନ୍ଦୋବସ୍ତ କରିଥିଲେ ।

ସେମାନଙ୍କ ଓଡ଼ିଶା ଫେରିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏସବୁର ସଂଯୋଜନା କରିଛନ୍ତି । ଆଜି ୮ ଜଣ ଭୁବନେଶ୍ବରରେ ପହଞ୍ଚଥିଲେ । ସେମାନଙ୍କୁ ପାଛୋଟି ଆଣିବା ପାଇଁ ବିମାନବନ୍ଦରରେ ଓଡ଼ିଶା-ମୋ ପରିବାର ଇନଚାର୍ଜ ବିଧାୟକ ବିକ୍ରମ ପଣ୍ଡା, ଓଡ଼ିଶା-ମୋ ପରିବାର ସଦସ୍ୟ ବିଧାୟକ ସୁଶାନ୍ତ ରାଉତ, ଯୁଗ୍ମ ସମ୍ପାଦକ ସମୀର ପ୍ରଧାନ, ବିଜୁ ଯୁବ ଜନତା ଦଳର ସମ୍ପାଦକ ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ସକାଳେ ବିମାନ ଯୋଗେ ଅନ୍ୟ ୮ ଜଣ ଫେରିବେ । ଫେରିବାକୁ ଥିବା ଜଣେ ଯୁବକଙ୍କ ସମେତ ୮ ମହିଳା ଚେନ୍ନାଇ ଉପକଣ୍ଠ କାନାତୁର ରେଡିକୁପମରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେଇଛନ୍ତି । ସେମାନଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ଯାବତୀୟ ଭଲମନ୍ଦ ବୁଝୁଛନ୍ତି ଓଡ଼ିଶା-ମୋ ପରିବାର ପ୍ରତିନିଧି କ୍ଷୀରେଦ ଜେନା ଏବଂ ପଞ୍ଚାନନ ଜେନା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.