ETV Bharat / city

ଶୀତକାଳୀନ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋରୋନା ଟେଷ୍ଟ

ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ନଭେମ୍ବର 20ରୁ ଆରମ୍ଭ ହେବାକୁ ଯାଉଛି । ତେବେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିବେଶନ ପୂର୍ବରୁ ସମସ୍ତଙ୍କ ଟେଷ୍ଟ କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Odisha MLAs will have corona test for winter session
ଶୀତକାଳୀନ ଅଧିବେଶନ ପାଇଁ ବିଧାୟକଙ୍କ ହେବ କୋରୋନା ଟେଷ୍ଟ
author img

By

Published : Nov 10, 2020, 3:04 PM IST

ଭୁବନେଶ୍ବର: ବିଧାନସଭାରେ ନଭେମ୍ବର 20ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । ତେବେ ଗୃହରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋରୋନା ପରୀକ୍ଷଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ସୂଚନା ଦେଇଛନ୍ତି ।

ଶୀତକାଳୀନ ଅଧିବେଶନ ପାଇଁ ବିଧାୟକଙ୍କ ହେବ କୋରୋନା ଟେଷ୍ଟ

ରାଜ୍ୟରେ ଶୀତ ଋତୁରେ କୋରୋନାର ଦ୍ବିତୀୟ ୱେଭ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ଘଟିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ତେବେ ଏହା ପରେ ବିଧାନସଭାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ହିଁ ଗୃହର ସମସ୍ତ କର୍ମଚାରୀ, ବିଧାୟକ, ମନ୍ତ୍ରୀ ଓ ସାମ୍ବାଦିକଙ୍କ କୋଭିଡ-19 ପରୀକ୍ଷା କରାଯିବ ।

କୋଭିଡ-19 ପରୀକ୍ଷଣର ରିପୋର୍ଟ ନେଗେଟିଭ ଆସିଥିବା କର୍ମଚାରୀ ବା ବିଧାୟକମାନେ ଗୃହରେ ଯୋଗ ଦେଇପାରିବେ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଶୀତକାଳୀନ ଅଧିବେଶନରେ ପ୍ରଶ୍ନକାଳ ହେବ କି ନାହିଁ ଏ ସଂପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ପୂର୍ବଥର ଭଳି ଶୀତ ଅଧିବେଶନରେ ମଧ୍ୟ ସଂପୂର୍ଣ୍ଣ କୋଭିଡ କଟକଣାକୁ ଗୃହରେ ପାଳନ କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.