ETV Bharat / city

Odisha Assembly; ଆନ୍ଧ୍ର ପ୍ରକଳ୍ପ ପାଇଁ ଓଡିଶା କେତେ ପ୍ରଭାବିତ ? ଉତ୍ତର ରଖିଲେ ମନ୍ତ୍ରୀ - ବିଧାନସଭାରେ ଆନ୍ଧ୍ର ପ୍ରକଳ୍ପ ପ୍ରସଙ୍ଗ

ଆନ୍ଧ୍ର ପ୍ରଦେଶର ନିର୍ମାଣଧିନ ପ୍ରକଳ୍ପ ନେଇ ଓଡିଶା କେତେ ପ୍ରଭାବିତ ହେବ । ବିଧାନସଭାରେ ଉଠିଲା ପ୍ରସଙ୍ଗ । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜାଣିବାକୁ ଚାହିଁଥିଲେ ପୋଲାଭରମ,ବଂଶଧାରା ଓ ଝଞ୍ଜାବତି ଓ ନେରେଡି, ପ୍ରକଳ୍ପକୁ ନେଇ କେତେ ଜମି ଆବଶ୍ୟକତା ଅଛି ? କେତେ ଲୋକ ସ୍ଥାନାନ୍ତର ହୋଇଛନ୍ତି ? ରାଜ୍ୟର କଣ ସ୍ଥିତି ? ଅଧିକ ପଢନ୍ତୁ

Odisha Assembly
Odisha Assembly
author img

By

Published : Dec 2, 2021, 5:19 PM IST

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ନିର୍ମାଣଧିନ ପ୍ରକଳ୍ପ ନେଇ ଓଡିଶା କେତେ ପ୍ରଭାବିତ ହେବ । ବିଧାନସଭାରେ ଉଠିଲା ପ୍ରସଙ୍ଗ । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜାଣିବାକୁ ଚାହିଁଥିଲେ ପୋଲାଭରମ,ବଂଶଧାରା ଓ ଝଞ୍ଜାବତି ଓ ନେରେଡି, ପ୍ରକଳ୍ପକୁ ନେଇ କେତେ ଜମି ଆବଶ୍ୟକତା ଅଛି ? କେତେ ଲୋକ ସ୍ଥାନାନ୍ତର ହୋଇଛନ୍ତି ? ରାଜ୍ୟର କଣ ସ୍ଥିତି ?

ଜବାବରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ (Water Resources Minister Raghunandan Das) କହିଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ ( Central Water Commission) 2006 ମସିହାରେ ପୋଲାଭରମ ପ୍ରକଳ୍ପ (Polavaram Project)ର ବନ୍ୟା ପରିମାଣକୁ (Design Flood) 36 ଲକ୍ଷ କ୍ୟୁସେକରୁ 50 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ସଂଶୋଧନ କରିଛନ୍ତି । ପ୍ରକଳ୍ପରେ ବନ୍ୟା ପରିମାଣ 50 ଲକ୍ଷ କ୍ୟୁସେକ ହେଲେ ମାଲକାନଗିରି ଜିଲ୍ଲାରେ 25ଟି ଗ୍ରାମ ଓ 6 ହଜାର 923 ଜନସଂଖ୍ୟା ପ୍ରଭାବିତ ହେବା ସହିତ 6 ହଜାର 771 ହେକ୍ଟର ଚାଷ ଜମି ଓ 3 ହଜାର 469 ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହେବାର ଆଶଙ୍କା ଅଛି। ସେହିପରି ଗୋଟ୍ଟା ବ୍ୟାରେଜ ସମ୍ପୂର୍ଣ ଭାବେ ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ ଥିବାରୁ ଓଡିଶାର କୌଣସି ଗ୍ରାମ ବିସ୍ଥାପିତ ହେଉନାହାଁନ୍ତି ।

ଆହୁରି ମନ୍ତ୍ରୀ ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ ଅନୁଯାୟୀ (Detailed Project Report) ଅନୁଯାୟୀ, ନେରେଡି ବ୍ୟାରେଜ ନିର୍ମାଣ ହେତୁ ଓଡିଶା ଅଞ୍ଚଳରେ ଜଳ ମଗ୍ନତାକୁ ଏଡାଇବା ପାଇଁ ବନ୍ୟା ସୁରକ୍ଷା ପ୍ରାଚୀରର (Flood Protection Wall) ଆବଶ୍ୟକତା ଓ ବ୍ୟାରେଜ ନିର୍ମାଣ ପାଇଁ ଓଡିଶାର ଗଜପତି ଜିଲ୍ଲାରେ 1 ହଜାର 326 ଏକର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି।

ସେହିପରି ମନ୍ତ୍ରୀ କହିଛନ୍ତି ଝଞ୍ଜାବତୀ ନଦୀବନ୍ଧ ପ୍ରକଳ୍ପ ଯୋଗୁଁ ଓଡିଶାର କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକରେ 10ଟି ଗ୍ରାମ ସହିତ 1 ହଜାର175 ଏକର ଜମି ପ୍ରଭାବିତ ହେବ । ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ରାୟକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ସୁପ୍ରିମ କୋର୍ଟ ସେହି ମାମଲାର ଶେଷ ଶୁଣାଣୀ ଚଳିତ ମାସ 8 ତାରିଖକୁ ଧାର୍ଯ୍ୟ କରିଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.