ETV Bharat / city

କମୁଛି ସଂକ୍ରମଣ, ଅନଲକ ନିଷ୍ପତ୍ତି ନେଇପାରନ୍ତି ସରକାର

author img

By

Published : Jul 13, 2021, 4:49 PM IST

ଆସନ୍ତା 16 ତାରିଖରେ ସରୁଛି ଲକଡାଉନ ଅବଧି । ରାଜ୍ୟରେ ସଂକ୍ରମଣ ହାର ଏବଂ ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନେଇପାରନ୍ତି ସରକାର । ସୂଚନା ଦେଲେ DMET । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, ଅନଲକ ନିଷ୍ପତ୍ତି ନେଇପାରନ୍ତି ସରକାର
କମୁଛି ସଂକ୍ରମଣ, ଅନଲକ ନିଷ୍ପତ୍ତି ନେଇପାରନ୍ତି ସରକାର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲା ଉପରେ ବିଶେଷ ଫୋକସ୍ କରାଯାଉଛି । ପ୍ରତ୍ୟେକ ଦିନର ସଂକ୍ରମଣ ହାର ଓ ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି । ତାହାକୁ ବିଚାର କରି ରାଜ୍ୟରେ ଅନଲକ ନେଇ ସରକାର ନିଷ୍ପତ୍ତି ନେବେ । ଏନେଇ DMET ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

DMET ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ । ସେହିପରି ଅଧିକ ସଂକ୍ରମଣ ବିଶିଷ୍ଟ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଟକଣା ରହିବା ଆବଶ୍ୟକ । ଏନେଇ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ । ଯେଉଁମାନେ ଦେଶ ତଥା ରାଜ୍ୟ ବାହାରୁ ଆସୁଛନ୍ତି ତାଙ୍କୁ କ୍ବାରେଣ୍ଟାଇନରେ ରଖିବା ସହ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର । କାରଣ ଏହି ଲୋକମାନେ ପୁନଶ୍ଚ ସଂକ୍ରମଣ ବୃଦ୍ଧିର କାରଣ ହୋଇପାରନ୍ତି । ପୂର୍ବରୁ ମଧ୍ୟ ସୀମାବର୍ତ୍ତୀ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଲୋକମାନେ ଓଡିଶାକୁ ଫେରି ସଂକ୍ରମଣ ବଢାଇଥିଲେ । ତେଣୁ ଆମେ ସଚେତନ ରହିବା ଦରକାର ବୋଲି ସିବିକେ ମହାନ୍ତି କହିଛନ୍ତି ।

ଅନ୍ୟପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ସରକାର ସଂକ୍ରମଣ ହାର ଓ କୋଭିଡ ଗାଇଡଲାଇନ ଅନୁପାଳନକୁ ବିଚାର କରି ଅନକଲ ନିଷ୍ପତ୍ତି ନେବେ । କଟକଣା କୋହଳ ହେଲେ ମଧ୍ୟ ଲୋକମାନେ ନିଜ ଦାୟିତ୍ବ ଭୁଲିବା ଉଚିତ୍ ନୁହେଁ । ନଚେତ ପୁଣିଥରେ ବିପଦ ସୃଷ୍ଟି ହେବ ।

ଗତବର୍ଷ ତୁଳନାରେ ବର୍ତ୍ତମାନ ପଜିଟିଭ ସଂଖ୍ୟା ଏହାର ଅଧାରେ ରହିଛି । ସମ୍ପ୍ରତ୍ତି ସ୍ଥିତିରେ କିଛିଟା କଟକଣା ରହିବା ଦରକାର । ଯେଉଁଠାରେ ଦୁଇ ପ୍ରତିଶତ ତଳେ ସଂକ୍ରମଣ ହାର, ସେହି ସବୁ ସ୍ଥାନରେ ସନ୍ଧ୍ୟା 6 ଟା ଯାଏଁ ଦୋକାନ ବଜାର ଖୋଲାଯାଉ ହେଲେ ମଲ୍ ଖୋଲା ନ ଯାଉ । ଏହା ସଙ୍ଗେ ସଙ୍ଗେ ସପ୍ତାହନ୍ତ ସଟଡାଉନ ଏବଂ ନାଇଟ କର୍ଫ୍ୟୁ ଜାରି ରହୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି । ବର୍ତ୍ତମାନ କେରଳ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏଣୁ ସେଠାକାର ସରକାର ପୁଣି ଥରେ ଲକଡାଉନ ଲାଗୁ କରିବାକୁ ଚିନ୍ତା କଲେଣି । ଯାହାକୁ ଦୃଷ୍ଟିରେ ରଖି ଓଡିଶାରେ ସମ୍ପୂର୍ଣ୍ଣ କଟକଣା କୋହଳ ନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ସୂଚନାଥାଉ କି, ଆସନ୍ତା 16 ତାରିଖରେ ରାଜ୍ୟରେ ଲକଡାଉନ ଅବଧି ଶେଷ ହେଉଛି । ତେବେ ଏହି ଅନଲକ କଟକଣାକୁ କୋହଳ କରାଯିବ ନା ପୁନର୍ବାର କଟକଣା ବଳବତ୍ତର ରହିବ ସେନେଇ ନିଷ୍ପତି ଚାଲିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.