ଭୁବନେଶ୍ବର: ଆଗାମୀ ବଜେଟ୍ ଅଧିବେଶନ ନେଇ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥର ଆସିପାରେ ସଂକ୍ଷିପ୍ତ ବଜେଟ୍ । ରାଜ୍ୟରେ ପଞ୍ଚାୟତ ପରେ ପୌର ନିର୍ବାଚନ ହେବ । ତେଣୁ ରାଜ୍ୟ ସରକାର ସଂକ୍ଷିପ୍ତ ବଜେଟ୍ ଆଣିପାରନ୍ତି । ଆଗରୁ ମଧ୍ୟ ପ୍ରାବଧାନ ଅଛି ଏବଂ ୩ ମାସିଆ ବଜେଟ୍ ଆସିଛି । ତେଣୁ ସେଥିରେ କିଛି ଅସୁବିଧା ନାହିଁ ବୋଲି କହିଲେ ବାଚସ୍ପତି ।
ବଜେଟ ଅଧିବେଶ କେବେ ବସିବ ସେନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ । ସଠିକ୍ ସମୟରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିନପାରେ । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲିଛି । ଏହାପରେ ପୌର ନିର୍ବାଚନ । ଏହି ଦୃଷ୍ଟିରୁ ସରକାର ସଂକ୍ଷିପ୍ତ ବଜେଟ୍ ଆଣିପାରନ୍ତି ବୋଲି ବାଚସ୍ପତି କହିଛନ୍ତି ।
ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ