ଭୁବନେଶ୍ବର: 2011 ଜନଗଣନା ଅନୁଯାୟୀ ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭ । ବିଧାନସଭାରେ ଲିଖିତ ଉତ୍ତରରେ ଏହା କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ତେବେ ପରବର୍ତ୍ତୀ ସମୟରେ ଜନଗଣନା ହୋଇନଥିବାରୁ ଏହି ସଂଖ୍ୟା ବଢିବାରେ ସମ୍ଭାବନା ରହିଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ''କୋଭିଡରେ ବାପା ଓ ମାଆଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗର ପାଖରେ ଉପଲବ୍ଧ ହୋଇନାହିଁ ।'' ସେହିପରି କୋଭିଡରେ ବାପାମାଆଙ୍କୁ ହରାଇଥିବା କେତେ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ତାହାର ତଥ୍ୟ ରଖିଛନ୍ତି ସରକାର ।

୯୮୮ ଉଭୟ ପିତା ମାତା ହରାଇଥିବା ଶିଶୁ ଏବଂ ପରିବାରର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ୪୨,୨୭୪ ଶିଶୁଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।
2011 ଜନଗଣନା ଅନୁଯାୟୀ ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା 92 ହଜାର 87
ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
କୋଭିଡ ରେ ବାପା ମାଆ ଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗର ଉପଲବ୍ଧି ହୋଇନାହିଁ ବୋଲି କହିଲେ ମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ୱର