ଭୁବନେଶ୍ବର: ଲକଡାଉନ ପାଇଁ ଘୁଞ୍ଚିଲା ଯୁଗ୍ମ ପ୍ରବେଶିକା ପରିକ୍ଷା । ଏପ୍ରିଲ 30ରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଲକଡାଉନ ଅବଧି ବଢିବା ଯୋଗୁଁ ଏହାକୁ ସ୍ଥଗିତ ରଖିଛନ୍ତି କର୍ତ୍ତୃପକ୍ଷ ।
ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ